ପାକିସ୍ତାନର ୬୭ ପ୍ରତିଶତ ଯୁବକ ଦେଶ ଛାଡ଼ିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଯୁବକମାନେ ଏବେ ନିଜ ଦେଶରେ ରହିବାକୁ ଚାହୁଁ ନାହାନ୍ତି। ଏକ ସର୍ଭେ ମୁତାବକ, ଦେଶର ୬୭ ପ୍ରତିଶତ ଯୁବକ ଦେଶଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି। ଗତ ସର୍ଭେରେ ଏହି ଆକଳନ ୬୨ ପ୍ରତିଶତ ଥିବା ବେଳେ ଚଳିତଥର ଏହା ୫ ପ୍ରତିଶତକୁ ବୃଦ୍ଧି ପାଇଛି।

ପାକିସ୍ତାନର ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଣ୍ଟ ଇକୋନମିକସ (ପିଆଇଡିଇ)ର ବରିଷ୍ଠ ଅନୁସନ୍ଧାନକାରୀ ଅର୍ଥଶାସ୍ତ୍ରୀ ଡକ୍ଟର ଫହିମ ଜହାଙ୍ଗୀର ଖାନ କହିଛନ୍ତି, ‘ଦେଶର ୬୭ ପ୍ରତିଶତ ଯୁବକମାନେ ବିଦେଶରେ ଭଲ ସୁବିଧା ଓ ସୁଯୋଗ ଅନ୍ବେଷଣରେ ପାକିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି। ଏମିତି କି ପାକିସ୍ତାନରେ ୩୧ ପ୍ରତିଶତ ଶିକ୍ଷିତ ଯୁବକ ବେରୋଜଗାର ରହିଛନ୍ତି।’

ପାକିସ୍ତାନର ଅର୍ଥବ୍ୟବସ୍ଥା ଉପରେ ସମାଲୋଚନା ଓ ଆଲୋଚନା ପାଇଁ ଆୟୋଜିତ ଦୁଇଦିବସୀୟ କାର୍ଯ୍ୟକ୍ରମ ‘ଇକୋନଫେଷ୍ଟ’ରେ ଫହିମ ଜହାଙ୍ଗୀର ଖାନ ନିଜର ବକ୍ତବ୍ୟରେ କହିଛନ୍ତି, ସରକାର ଏହି ସମସ୍ୟାର ସମାଧାନ ଖୋଜିବା ନିହାତି ଆବଶ୍ୟକ। ଏଥିସହିତ ଯୁବକଙ୍କ ଏହି ପ୍ରସଙ୍ଗ ଉପରେ କଡାକଡ଼ି ଦୃଷ୍ଟି ଦିଆଯିବା ବି ଜରୁରୀ ରହିଛି।

ପାକିସ୍ତାନରେ ୨୦୦ରୁ ଅଧିକ ବିଶ୍ବବିଦ୍ୟାଳୟ ରହିଛି। ଏହି ବିଶ୍ବବିଦ୍ୟାଳୟ ହଜାରହଜାର ଛାତ୍ରଛାତ୍ରୀଙ୍କୁ ଡିଗ୍ରି ଦେଉଛି। କିନ୍ତୁ ତାଙ୍କୁ ଚାକିରି ମିଳୁନାହିଁ। କାରଣ ଡିଗ୍ରି ରୋଜଗାରର ଗ୍ୟାରେଣ୍ଟି ନୁହେଁ। ଏଥିପାଇଁ କାମର ଅଭିଜ୍ଞତା ଦାବି କରାଯାଉଛି। ସେଥିପାଇଁ ଶିକ୍ଷକଶିକ୍ଷୟିତ୍ରୀ ଓ ସରକାରଙ୍କୁ ଏହା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ରହିଛି।’

ସମ୍ବନ୍ଧିତ ଖବର