କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନଙ୍କୁ ସରକାରଙ୍କ ଦୀପାବଳି ଭେଟି: ଅଧ୍ୟାପକଙ୍କୁ ମିଳିବ ସପ୍ତମ ବେତନ ଆୟୋଗର ଲାଭ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଏବଂ ସେଠାରେ ପଢ଼ାଉଥିବା ଶିକ୍ଷକମାନଙ୍କୁ କେନ୍ଦ୍ର ସରକାର ଆଜି ଦୀପାବଳି ଭେଟି ପ୍ରଦାନ କରିଛନ୍ତି। ବୁଧବାର ସଂଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। କ୍ୟାବିନେଟରେ ଗୃହୀତ ହୋଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ ଏଣିକି ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ସପ୍ତମ ବେତନ ଆୟୋଗ ସୁପାରିସ ଲାଗୁ ହେବ। ଏହା ଫଳରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟାପନା କରୁଥିବା ୭.୫୧ ଲକ୍ଷ ଅଧ୍ୟାପକ ଉପକୃତ ହେବେ।

ମନ୍ତ୍ରୀ ଶ୍ରୀ ଜାଭେଡକର ଆହୁରି ବି କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାରଙ୍କ ସହାୟତା ପ୍ରାପ୍ତ ୨୧୩ ଏବଂ ୧୨,୯୦୦ କଲେଜର ଅଧ୍ୟାପକମାନେ ଉପକୃତ ହେବେ। ସ୍କିଲ୍‌ ଇଣ୍ଡିଆ ମିସନ୍‌କୁ ପ୍ରୋତ୍ସାହନା ଦେବା ଉଦେଶ୍ୟରେ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଛି।

ସମ୍ବନ୍ଧିତ ଖବର