କେନ୍ଦ୍ର ସରକାରଙ୍କ ବିଭାଗଗୁଡ଼ିକରେ ୮.୭୨ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ : ଗତ ବର୍ଷ ମାର୍ଚ୍ଚ ୧ ସୁଦ୍ଧା ବିଭିନ୍ନ କେନ୍ଦ୍ର ସରକାରୀ ବିଭାଗରେ ପ୍ରାୟ ୮.୭୨ ଲକ୍ଷ ପଦବୀ ଖାଲି ରହିଥିଲା । ଏ ସମ୍ପର୍କରେ ଆଜି କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଛନ୍ତି ।

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର କାର୍ମିକ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ମାର୍ଚ୍ଚ ୧, ୨୦୧୯ ସୁଦ୍ଧା କେନ୍ଦ୍ର ସରକାରୀ ବିଭାଗଗୁଡ଼ିକରେ ମୋଟ ୯ ଲକ୍ଷ ୧୦ ହଜାର ୧୫୩ ଟି ପଦବୀ ଖାଲି ଥିଲା । ମାର୍ଚ୍ଚ ୧, ୨୦୨୦ ସୁଦ୍ଧା ଏହା ୮ ଲକ୍ଷ ୭୨ ହଜାରକୁ ହ୍ରାସ ପାଇଥିଲା । ମାର୍ଚ୍ଚ ୧, ୨୦୧୮ ସୁଦ୍ଧା ୬ ଲକ୍ଷ ୮୩ ହଜାର କେନ୍ଦ୍ର ସରକାରୀ ପଦବୀ ଖାଲି ଥିଲା ।

ନିଜ ଉତ୍ତରରେ ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ୨୦୧୮-୧୯ ରୁ ୨୦୨୦-୨୧ ମଧ୍ୟ କେନ୍ଦ୍ର ସରକାରଙ୍କ ୩ଟି ନିଯୁକ୍ତ ସଂସ୍ଥା କର୍ମଚାରୀ ଚୟନ ଆୟୋଗ ବା ଷ୍ଟାଫ ସିଲେକ୍ସନ କମିଶନ, କେନ୍ଦ୍ର ଲୋକସଭା ଆୟୋଗ ବା ୟୁନିଅନ ପବ୍ଲିକ ସର୍ଭିସ କମିଶନ ଓ ରେଳବାଇ ନିଯୁକ୍ତି ବୋର୍ଡ ମାଧ୍ୟମରେ ୨ ଲକ୍ଷ ୬୫ ହଜାର ନୂଆ ନିଯୁକ୍ତି ଦିଆଯାଇଥିଲା ।

ଆଜି ପ୍ରକାଶିତ ସିଏମଏଆଇ ତଥ୍ୟ ଅନୁସାରେ ଭାରତର ବେକାରୀ ହାର ୬.୫୭ ପ୍ରତିଶତକୁ ହ୍ରାସ ପାଇଛି । ଏହା ମାର୍ଚ୍ଚ ୨୦୨୧ ପରଠାରୁ ସର୍ବନିମ୍ନ । ଅର୍ଥନୀତି ଧୀରେ ଧୀରେ ସୁଧୁରୁଥିବାରୁ ବେକାରୀ ହାରରେ ହ୍ରାସ ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି ।

 

 

ସମ୍ବନ୍ଧିତ ଖବର