ଆସାମରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆତ୍ମହତ୍ୟା କଲେ ନାବାଳିକା

ଗୌହାଟୀ : ଆସାମ ସରକାର ରାଜ୍ୟବ୍ୟ‌ାପୀ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଫେବ୍ରୁଆରି ୩ ତାରିଖରୁ ଏଯାବତ୍ ରାଜ୍ୟରେ ପ୍ରାୟ ୨,୪୪୧ ଲୋକ ଗିରଫ ହେଲେଣି। ତେବେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଲୋକ ସେମାନଙ୍କ ବିବାହ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏହି କାରଣ ପାଇଁ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି।

ଆସାମର କାଚର ଜିଲ୍ଲାର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ବାହାଘର ଠିକ୍‌‌ ହୋଇ ସାରିଥିଲା। ସେ ପ୍ରେମ ବିବାହ କରିଥାନ୍ତେ। କିନ୍ତୁ ଆସାମ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ପରିବାର ଲୋକ ବାହାଘର ଭାଙ୍ଗିବାକୁ ବାଧ୍ୟହେଲେ। ବାହାଘର ଭାଙ୍ଗିଯିବାରୁ ନାବାଳିକା ଜଣକ ଗତ ଶନିବାର ଦିନ ଆତ୍ମହତ୍ୟା କରିଦେଇଛନ୍ତି।

ସମ୍ବନ୍ଧିତ ଖବର