ଆରେ କଲୋନି ଗଛକଟାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ, ପ୍ରକାଶ ଆମ୍ବେଦକର ଗିରଫ

ମୁମ୍ବାଇ , ମେଟ୍ରୋ ରେଳ ସେବା ସଂପ୍ରସାରଣ ପାଇଁ ମୁମ୍ବାଇର ଆରେ କଲୋନି ଅଂଚଳରେ ଗଛକଟାକୁ କେନ୍ଦ୍ର କରି ଉତ୍ତେଜନା ଜାରି ରହିଛି। ମେଟ୍ରୋ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ, ଶିବସେନା ଏବଂ ଆମ୍‌ ଆଦ୍‌ମି ପାର୍ଟି ଜୋର୍‌ଦାର ବିରୋଧ କରିଥିବା ବେଳେ ଆଜି ଏଥିରେ ବଞ୍ଚିତ ବହୁଜନ ଆଧାଡ଼ି ଦଳ ମଧ୍ୟ ସାମିଲ ହୋଇଛି। ଦଳ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଆଜି ତାଙ୍କ ସମର୍ଥକଙ୍କ ସହ ଗଛକଟାକୁ ବିରୋଧ କରିବା ପାଇଁ ଆରେ କଲୋନିରେ ପହଞ୍ଚିଥିଲେ। ସେଠାରେ ଉତ୍ତେଜନା ବଢ଼ିବାରୁ ପୁଲିସ ପ୍ରକାଶଙ୍କୁ ଗିରଫ କରିଛି। ଦୁଇ ଦିନ ତଳେ ବମ୍ବେ ହାଇକୋର୍ଟର ରାୟ ଆସିବା ମାତ୍ରେ ପ୍ରଶାସନ ଗଛକଟା ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥି‌ଲା। ଏହାକୁ ବିରୋଧ କରି ଗତକାଲି ସ୍ଥାନୀୟ ଲୋକେ ପ୍ରବଳ ହଙ୍ଗାମା କରିବାରୁ ସଂପୃକ୍ତ ଅଂଚଳରେ ଧାରା ୧୪୪ ଲାଗୁ କରାଯାଇଥିଲା। ଏହି ମାମଲାରେ ପ୍ରାୟ ୪୦ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର