ଦେଶରେ ଟିକାକରଣ ୪୨ କୋଟି ଟପିଲା

ନୂଆଦିଲ୍ଲୀ : କୋଭିଡ୍‌ ମୁକାବିଲା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଟିକାକରଣ ତ୍ବରାନ୍ବିତ ହୋଇଛି। ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ୪୨୨,୮୨୬,୦୩୫ଟି କୋଭିଡ୍‌ ଟିକା ଡୋଜ୍‌ ପ୍ରଦାନ କରାଯାଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୪,୮୮୬,୧୦୩ ଟି ଡୋଜ ଦିଆଯାଇଛି। ସୀମିତ ଯୋଗାଣକୁ ଦର୍ଶାଇ ଦିଲ୍ଲୀ ସରକାର କହିଛନ୍ତି ଯେ ଜୁଲାଇ ଶେଷ ସୁଦ୍ଧା ଟିକାର ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ କୋଭିସିଲ୍‌ଡ ଟିକା ଉପଲବ୍ଧ ରହିବ।

ଦେଶରେ ମୋଟାମୋଟି ଭାବେ ୧୮ ରୁ ୪୫ ବୟସ ଶ୍ରେଣୀରେ ୧୩୨,୯୬୦,୨୮୧ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫,୫୪୦,୧୬୨ ଜଣ ଦ୍ଵିତୀୟ ଡୋଜ ନେଇଛନ୍ତି। ମଧ୍ୟପ୍ରଦେଶ ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଏହି ବର୍ଗର ୧୦ ଲକ୍ଷ ଲୋକଙ୍କୁ ଟିକା ମିଳିସାରିଛି। ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ, ତେଲେଙ୍ଗାନା, ପଞ୍ଜାବ, ହିମାଚଳ ପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ପ୍ରାୟ ୧୦ ନିୟୁତ ଲୋକଙ୍କୁ ଅତି କମରେ ଗୋଟିଏ ଲେଖାଏଁ ଡୋଜ ଦିଆସରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫,୩୪୨ଟି ନୂତନ କୋଭିଡ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ୩୮,୭୪୦ ଜଣ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର