ଚୀନ୍ ଗବେଷକଙ୍କ ଦାବି, ବିନା ଟିକାରେ ବି ମହାମାରୀ କୋଭିଡ୍–୧୯କୁ ରୋକିହେବ

ବେଜିଂ: ଚୀନ୍‌ ବିଜ୍ଞାନାଗାରରେ ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର ଔଷଧ ବିକଶିତ କରିଛନ୍ତି ଯାହା ମହାମାରୀ କୋଭିଡ୍-୧୯କୁ ସମ୍ପୂର୍ଣ୍ଣ ଭାବେ ରୋକିହେବ ବୋଲି ସେମାନେ ଦାବି କରିଛନ୍ତି। ଏପରିକି କୌଣସି ପ୍ରକାର କରୋନା ଟିକାର ପ୍ରୟୋଗ ବିନା ମଧ୍ୟ ଏହି ଦୁଃସାଧ୍ୟ ରୋଗକୁ ପ୍ରତିରୋଧ କରିହେବ। ଚୀନ୍‌ର ପେକିଂ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ବିକଶିତ କରିଥିବା ଏହି ଔଷଧକୁ ପଶୁଙ୍କ ଠାରେ ବ୍ୟାବହାରିକ ପରୀକ୍ଷଣରେ ଆଶାତୀତ ଫଳ ମିଳିଛି ବୋଲି ବିଶ୍ବବିଦ୍ୟାଳୟର ଅଭିନବ ଉନ୍ନତ ପ୍ରାଣୀଜ ପ୍ରୟୋଗଶାଳାର ନିେର୍ଦ୍ଦଶକ ସନି ସାଇ କହିଛନ୍ତି।

ସୂଚନା ଥାଉ କି, ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ୬୦ ଜଣ କରୋନା ପୀଡି଼ତଙ୍କ ରକ୍ତରୁ ଏକ ନିର୍ଦ୍ଦିଷ୍ଟ ଧରଣର ରୋଗପ୍ରତିରୋଧକ ସଂଗ୍ରହ କରି ଉକ୍ତ ଔଷଧକୁ ବିକଶିତ କରିଛନ୍ତି। ଏକ ସଂକ୍ରମିତ ମୂଷା ଦେହରେ ଏହି ନୂତନ ଔଷଧକୁ ପ୍ରୟୋଗ କରିବାର ପା‌ଞ୍ଚ ଦିନ ପରେ ମୂଷା ଦେହରେ ଭୂତାଣୁମାନଙ୍କ ପରିମାଣ ଅଢେ଼ଇହଜାର ଗୁଣ କମିଥିବା ଜଣାପଡ଼ିଛିା ତେବେ ମନୁଷ୍ୟ ଶରୀରରେ ଏହାର ନୈଦାନିକ ପରୀକ୍ଷଣ ପରେ ଅସଲ ଫଳାଫଳ ଜଣାପଡି଼ବ। ଏଭଳି ଅନେକ ଟିକା ବଜାରକୁ ଆସିବା ସମୟସାପେକ୍ଷ। ତେବେ ଚୀନ୍‌ର ଏହି ନୂତନ ଔଷଧ କରୋନା ଲଢେ଼ଇରେ କିଭଳି କାମ କରୁଛି, ତାହା ଦେଖିବାର ଅଛି।

ସମ୍ବନ୍ଧିତ ଖବର