ଆଧାର କାର୍ଡ ବ୍ୟବହାର ଇଚ୍ଛାଧୀନ ବିଲ୍‌, ରାଜ୍ୟସଭାରେ ଗୃହୀତ

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ମୋବାଇଲ ସଂଯୋଗ ପାଇଁ ଆଧାର ନମ୍ବର ପ୍ରଦାନକୁ ଇଚ୍ଛାଧୀନ କରିବା ଲାଗି ଆଗତ ବିଲ୍ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ଫଳରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ମୋବାଇଲ ‌ସଂଯୋଗ ପାଇଁ ଆଧାରକାର୍ଡ ବ୍ୟବହାର ଏବେ ଇଚ୍ଛାଧୀନ ହୋଇଯାଇଛି। ଆଧାର ଏବଂ ଅନ୍ୟ ଆଇନ (ସଂଶୋଧନ) ବିଲ୍ ୨୦୧୯ ରାଜ୍ୟସଭାରେ ମୌଖିକ ଭୋଟରେ ଆଜି ଗୃହୀତ ହୋଇଛି। ଲୋକସଭାରେ ଏହି ବିଲ୍ ଚଳିତମାସ ୪ ତାରିଖରେ ଗୃହୀତ ହୋଇସାରିଛି। କୌଣସି କମ୍ପାନି ଆଧାର ତଥ୍ୟ ବ୍ୟବହାର ନେଇ ରହିଥିବା ନିୟମକୁ ଉଲ୍ଲଂଘନ କରିଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଜେଲ୍ ଦଣ୍ଡର ବ୍ୟବସ୍ଥା ଉକ୍ତ ବିଲ୍‌ରେ ରହିଛି। ଜୁନ୍ ୨୪ ତାରିଖରେ ଏହି ବିଲ୍ ଲୋକସଭାରେ ଆଗତ ହୋଇଥିଲା।

ସମ୍ବନ୍ଧିତ ଖବର