ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ତାଙ୍କ ରିଙ୍ଗ୍‌ ପରବର୍ତ୍ତୀ ଗାର୍ଲଫ୍ରେଣ୍ଡ୍‌କୁ ଦେଇଥିଲା ଅଫତାବ

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖବର ଲୋକଲୋଚନକୁ ଆସୁଛି। ଆଜି ଜାଣିବାକୁ ମିଳିଛି ଯେ ଅଫତାବ ଆମିନ ପୁନାୱାଲା ତା’ ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବାପରେ ତାଙ୍କ ରିଙ୍ଗ୍‌କୁ ସେ ତା’ର ପରବର୍ତ୍ତୀ ଗାର୍ଲଫ୍ରେଣ୍ଡ୍‌କୁ ଉପହାର ଭାବେ ଦେଇଥିଲା। ଶ୍ରଦ୍ଧାଙ୍କ ରିଙ୍ଗ୍‌ ଅଫତାବର ଗାର୍ଲଫ୍ରେଣ୍ଡ୍‌ ନିକଟରୁ ମିଳିବାପରେ ଏହା ଜଣାପଡ଼ିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବାର କିଛି ଦିନ ପରେ ଅଫତାବ ଉକ୍ତ ମହିଳାଙ୍କୁ ତାଙ୍କ ଫ୍ଲାଟ୍‌କୁ ଆଣିଥିଲା। ମହିଳା ଜଣଙ୍କ ଅଫତାବର ଫ୍ଲାଟ୍‌କୁ ଆସିବା ସମୟରେ ଶ୍ରଦ୍ଧ‌ାଙ୍କ ମର ଶରୀର ତାଙ୍କ ଫ୍ଲାଟ୍‌ରେ ଥିଲା। ଅନ୍ୟପକ୍ଷେ ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ୩୫ ଖଣ୍ଡ କରିବାପାଇଁ ଯେଉଁ ଅସ୍ତ୍ର ବ୍ୟବହାର ହୋଇଥିଲା ପୁଲିସ ତାହା ଆଜି ଜବତ କରିଛି। ଅଫତାବର ପଲିଗ୍ରାଫ୍ ଟେଷ୍ଟ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର