କର୍ଣ୍ଣାଟକରେ ହିଜାବ ବିବାଦ ପରେ ହିନ୍ଦୁଗୋଷ୍ଠୀ ଛାତ୍ରଙ୍କୁ ଗେରୁଆ ଗାମୁଛା ପକାଇ ଆସିବାକୁ କହିଲେ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଚାଲିଥିବା ବେଳେ ହିନ୍ଦୁ ଗୋଷ୍ଠୀ ଶୁକ୍ରବାର ଦିନ କେରଳର ଉଡୁପିସ୍ଥିତ ମହାବିଦ୍ୟାଳୟର ଯୁକ୍ତ ୨ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଗେରୁଆରଙ୍ଗର ଗାମୁଛା କାନ୍ଧରେ ପକାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଉଡୁପି ଜିଲ୍ଲାର ବାଇଣ୍ଡୁର ସହରର ସରକାରୀ ଯୁକ୍ତ ୨ କଲେଜରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି।

ଖବର ଅନୁଯାୟୀ, ମହାବିଦ୍ୟାଳୟରେ ମୁସଲମାନ ଝିଅମାନେ କ୍ୟାମ୍ପସରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ହିଜାବ ହଟାଇବା ପରେ ଏହି ଘଟଣା ଘଟିଥିଲା। ପ୍ରିନ୍ସିପାଲ୍ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ହିନ୍ଦୁ ପୋଷାକ ଭାବେ ‘ଗେରୁଆ ଗାମୁଛା ଅଭିଯାନ’ ନକରିବା ପାଇଁ ପ୍ରବର୍ତ୍ତାଇଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବଜରଙ୍ଗ ଦଳର ଜିଲ୍ଲା ସଚିବ ସୁରେନ୍ଦର୍ କୋଟେଶ୍ୱର କହିଛନ୍ତି, ହିନ୍ଦୁ ଛାତ୍ରଛାତ୍ରୀମାନେ ଯଦି ନାରଙ୍ଗୀ ଗାମୁଛା ପିନ୍ଧି ଆସୁଛନ୍ତି ତେବେ ପୁଲିସ ସେମାନଙ୍କୁ ମହାବିଦ୍ୟାଳୟରେ ପ୍ରବେଶ କରିବାକୁ ବାରଣ କରୁଛନ୍ତି । ସେହିଭଳି, ହିଜାବ ପିନ୍ଧି ମହାବିଦ୍ୟାଳୟରେ ପ୍ରବେଶ କରୁଥିବା ମୁସଲମାନ ଛାତ୍ରୀମାନଙ୍କୁ ପୁଲିସ ଅନୁମତି ଦେବା ଉଚିତ୍ ନୁହେଁ। ଯଦି ମହାବିଦ୍ୟାଳୟ ପ୍ରଶାସନ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ କ୍ୟାମ୍ପସରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି, ତେବେ ସେମାନେ ସମସ୍ତ ହିନ୍ଦୁ ଛାତ୍ରଙ୍କୁ କ୍ୟାମ୍ପସ ଭିତରେ ନାରଙ୍ଗୀ ଗାମୁଛା ପିନ୍ଧିବାକୁ ଅନୁମତି ଦେବା ଉଚିତ । ଅଳ୍ପ କିଛି ଛାତ୍ରଙ୍କ ଯୋଗୁଁ ଯେଉଁମାନେ ଏହି କାର୍ଯ୍ୟରେ ଜଡିତ ନାହାନ୍ତି ସେମାନଙ୍କର ଶିକ୍ଷା ନଷ୍ଟ ହେଉଛି, ତାହା ହେବା ଉଚିତ୍ ନୁହେଁ।

ଶୁକ୍ରବାର ଘଟିଥିବା ଘଟଣା ବିଷୟରେ ମହାବିଦ୍ୟାଳୟର ଜଣେ ଛାତ୍ରୀ ସାଇରା ବାନୁ କହିଛନ୍ତି, ହିଜାବ ଆମ ଜୀବନର ଅଂଶ । ମୋ ପରିବାର ସଦସ୍ୟ ହିଜାବ ପିନ୍ଧି ସେମାନଙ୍କ ମହାବିଦ୍ୟାଳୟକୁ ଯାଉଥିଲେ। ଆମେ ହିଜାବ ପିନ୍ଧିଲେ କାହାର କଣ କ୍ଷତି ହେଉଛି ? ଏହି ପ୍ରଶ୍ନ ପଚାରିଲେ ପ୍ରିନ୍ସିପାଲଙ୍କ କହୁଛନ୍ତି ତମେମାନେ ସରକାରଙ୍କ ସହ ଏ ବିଷୟରେ କଥା ହୁଅ । ଆମେମାନେ ସରକାରଙ୍କ ସହ କଥା ହେଇ ପାରିବୁ କି ? ଏହା ସମ୍ଭବ କି ବୋଲି ସାଇରା ବାନୁ ପ୍ରଶ୍ନ କରିଛନ୍ତି। ପ୍ରିନ୍ସିପାଲ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ସହ ମଧ୍ୟ କଥା ହେବାକୁ ଆମକୁ କହୁଛନ୍ତି। କିନ୍ତୁ ତାଙ୍କର ଫୋନ ନମ୍ବର କିମ୍ବା ଯୋଗାଯୋଗ ତଥ୍ୟ ଆମ ପାଖରେ ନାହିଁ।
ଧର୍ମପୁରୀ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଡିଏମକେ ସାଂସଦ ସେନ୍ଥିଲ କୁମାର ସଂସଦରେ କର୍ଣ୍ଣାଟକ ହିଜାବ ପ୍ରସଙ୍ଗ ଉଠାଇଛନ୍ତି।ସେ ଜାଣିବାକୁ ଚାହିଁଛନ୍ତି ଯେ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ କାହିଁକି ଶ୍ରେଣୀକୁ ଯିବାକୁ ଅନୁମତି ଦିଆଗଲା ନାହିଁ । ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର