ଘଣ୍ଟାଏ ବିଦ୍ୟୁତ୍ କାଟ ହେବାରୁ ଚାଲିଗଲା କୋଭିଡ ହସ୍ପିଟାଲରେ ଚିିକିତ୍ସିତ ହେଉଥିବା ୩ ରୋଗୀଙ୍କ ଜୀବନ

ଭୋପାଳ: ଘଣ୍ଟାଏ କାଳ ବିଦ୍ୟୁତ୍ କାଟ ହେବାରୁ ଭୋପାଳର କୋଭିଡ ହସ୍ପିଟାଲରେ ଭର୍ତ୍ତି ଥିବା ୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଦ୍ୟୁତ କାଟ ହେବା ପରେ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଦ୍ୱାରା ପରିଚାଳିତ ବ୍ୟାକଅପ୍ ଜେନେରେଟର କାମ କରି ନଥିଲା। ପରେ ସନ୍ଧ୍ୟା ୭ଟାରେ ବିଦ୍ୟୁତ୍ ଆସିବା ବେଳକୁ ୩ଜଣ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା।  ବିଦ୍ୟୁତ୍ କାଟ ପାଇଁ ୩ଜଣ ରୋଗୀଙ୍କ ଜୀବନ ଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଡାକ୍ତରଖାନା ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ହାମିଦିଆ ହସ୍ପିଟାଲରେ ଏହି ଘଟଣା ଘଟିଛି।

Week after RTI activist's death, police say it was an 'accident' - india news - Hindustan Times
Hindustan Times

ସୂତ୍ରରୁ ପ୍ରକାଶ ଯେ, ବିଦ୍ୟୁତ କାଟ ପରେ ଅକ୍ସିଜେନ୍ ସହାୟତାରେ ଥିବା ଦୁଇ ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଠିକ ସମୟରେ ବ୍ୟାକଅପ୍ ଜେନେରେଟର ନ ଚାଲିବାରୁ ଭେଣ୍ଟିଲେଟର ମଧ୍ୟ କିଛି ମିନିଟ୍ ପରେ କାମ କରିବା ବନ୍ଦ କରିଦେଇଥିଲା, ଯାହା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଇଛି। ଏହି ଘଟଣା ପରେ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ପିଡବ୍ଲ୍ୟୁଡି ଉପ-ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର