ପତ୍ନୀଙ୍କ ପରେ ସାଂସଦ ଅଭିଷେକ ବାନାର୍ଜୀଙ୍କ ଶାଳୀଙ୍କୁ ପଚରାଉଚରା ପାଇଁ ସମନ ପଠାଇଲା ସିବିଆଇ

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସରଗରମ ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ରାଜନୈତିକ ହିଂସା ପରେ ଏବେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ସାଂସଦ ଥିବା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଥିଲା ସିବିଆଇ ଟିମ୍ । କୋଇଲା ଚୋରା ଚାଲଣ ଘଟଣାରେ ପଚରାଉଚରା କରିବାକୁ ସିବିଆଇ ଟିମ୍ ଏକ ନୋଟିସ ନେଇ ଅଭିଷେକଙ୍କ ଘରେ ପହଞ୍ଚିଥିଲା।

ଅଭିଷେକଙ୍କ ଘରେ ସିବିଆଇ ଦେଇଥିବା ସମନ ମୁତାବକ ଅଭିଷେକଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ କୋଇଲା ଚୋରା ଚାଲାଣ ନେଇ ୨୪ ଘଣ୍ଟା ମଧ୍ୟରେ ପଚରାଉଚରା କରାଯିବ । ଏବେ ଅଭିଷେକଙ୍କ ପତ୍ନୀଙ୍କ ପରେ ତାଙ୍କ ଶାଳୀ ମେନକା ଗମ୍ଭୀରଙ୍କୁ ମଧ୍ୟ କୋଇଲା ଚୋରା ଚାଲଣ ଘଟଣାରେ ପଚରାଉଚରା ପାଇଁ ସମନ ପଠାଇଛି ସିବିଆଇ।

टीएमसी नेता अभिषेक बनर्जी को सीबीआई का समन (फोटो-PTI)
aajtak

ମେନକାଙ୍କୁ ସୋମବାର ତଦନ୍ତରେ ଯୋଗଦେବାକୁ କୁହାଯାଇଛି। ପଚରାଉଚରା ପାଇଁ ଆସନ୍ତାକାଲି ଏକ ସିବିଆଇ ଟିମ୍ ତାଙ୍କ ବାସଭବନକୁ ଯିବେ। ସୋମବାର ସକାଳ ୧୧ଟାରେ ତାଙ୍କୁ ପଚରାଉଚରା କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଅଭିଯୋଗ ହେଉଛି ଯେ, କୋଇଲା ମାଫିଆ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ନେତାମାନଙ୍କୁ ନିୟମିତ ଟଙ୍କା ପ୍ରଦାନ କରୁଥିଲେ। ଏହି ଟଙ୍କା ଦଳର ଯୁବ ନେତା ବିନୟ ମିଶ୍ରଙ୍କ ମାଧ୍ୟମରେ ବିଭିନ୍ନ କାମରେ ଲାଗୁଥିଲା, ଯିଏ ଏବେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ସିବିିଆଇ ଜାମିନ ବିହୀନ ୱାରେଣ୍ଟ ଜାରି କରିସାରିଛି। ଅଧିକ ତଥ୍ୟ ପାଇଁ ସିବିିଆଇ ରୁଜିରାଙ୍କୁ ସମନ କରିଥିବା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର