ଦିଲ୍ଲୀରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ବାୟୁ ପ୍ରଦୂଷଣ ସ୍ତର ପୁଣି ବଢ଼ିଯାଇଛି। ବିଗତ ସପ୍ତାହକ ମଧ୍ୟରେ ଆଜି ବାୟୁର ମାନ ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଛି। ବାୟୁ ପ୍ରବାହରେ ପରିବର୍ତ୍ତନ ଯୋଗୁଁ ପଡ଼ୋଶୀ ପଂଜାବ ଏବଂ ହରିୟାଣାରୁ ନଡ଼ାପାଳ ପୋଡ଼ିବାଜନିତ ଧୂଆଁ ଆସି ସ୍ଥିତି ଖରାପ କରିଦେଇଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ଆଜି ଅଚାନକ ଖରାପ ସ୍ତରକୁ ଛୁଇଁଛି। ଗତ ଶନିବାର ଦିନ ବାୟୁର ଗୁଣବତ୍ତା ସୂଚକାଙ୍କ ୧୬୧ରେ ଥିବା ବେଳେ ଆଜି ଏହା ୨୫୮ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର