କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ ଜାରି: ପଞ୍ଜାବରେ ପୁଣି ରେଳରୋକ, ରାସ୍ତା ଅବରୋଧ

ତାମିଲନାଡ଼ୁରେ ହାତ ବାନ୍ଧି, ମଣିଷ ଖପୁରି ଧରି କୃଷକଙ୍କ ବି‌କ୍ଷୋଭ

ନୂଆଦିଲ୍ଲୀ: କୃଷି ବିଲ୍‌କୁ ବିରୋଧ କରି ପଂଜାବରେ ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ ଦଳ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଆଜି ଆହୁରି ବ୍ୟାପକ ହୋଇଛି। ରେଳରୋକ ଏବଂ ରାସ୍ତାରୋକ ଆନ୍ଦୋଳନ ଯୋଗୁଁ ଜନସାଧାରଣ ହଟହଟାର ସମ୍ମୁଖୀନ ହେଇଛନ୍ତି। କଂଗ୍ରେସ ଦଳ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ରୢାଲି ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାର ବିବାଦୀୟ କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି। ତାମିଲନାଡ଼ୁରେ ମଧ୍ୟ କୃଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ତ୍ରିଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶତାଧିକ କୃଷକ ମନୁଷ୍ୟ ଖପୁରି ଧରି ଏବଂ ହାତ ବାନ୍ଧି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର