ପ୍ରଥମ ଦଫାରେ ମିଳିବାକୁ ଥିବା ସର୍ବାଧୁନିକ ଲଢ଼ୁଆ ବିମାନ ରାଫେଲକୁ ଉଡ଼ାଇବ ଏୟାର ଚିଫ୍‌ ମାର୍ଶଲ ବିଏସ୍‌ ଧନୋଆଙ୍କ କାର୍‌ଗିଲ୍‌ ସ୍କାର୍ଡନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ୍‌) ପାଇଁ ଫ୍ରାନ୍ସରୁ କ୍ରୟ କରା ଯାଉଥିବା ସର୍ବାଧୁନିକ ଲଢ଼ୁଆ ବିମାନ ରାଫେଲର ପ୍ରଥମ ୟୁନିଟ୍‌ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଭାରତରେ ଆସି ପହଞ୍ଚିଯିବ ବୋଲି ଆଶା କରାଯାଉଛି। ରାଫେଲ ଲଢ଼ୁଆ ବିମାନର ପ୍ରଥମ ୟୁନିଟ ଭାରତୀୟ ବାୟୁସେନାକୁ ମିଳିବା ପରେ ପ୍ରଥମ ଦଫାରେ ଏହାକୁ ୧୯୯୯ କାରଗିଲ୍‌ ଯୁଦ୍ଧରେ ନେତୃତ୍ୱ ନେଇଥିବା ଏୟାର ଚିଫ୍‌ ମାର୍ଶଲ ବିଏସ୍‌ ଧନୋଆଙ୍କ ବାୟୁସେନାର ‘ଗୋଲଡେନ୍‌ ଆରୋସ୍‌’ ୧୭ ସ୍ୱାର୍ଡନକୁ ଏହା ଉପଲବ୍ଧ ହେବ।

ଭାରତୀୟ ବାୟୁସେନାର ୧୭ ସ୍ୱାର୍ଡନକୁ ପ୍ରଥମ ୟୁନିଟ୍‌ ରାଫେଲର ପ୍ରଥମ ବିମାନ ମିଳିବାକୁ ଥିବାବେଳେ, ପୂର୍ବରୁ ପଞ୍ଜାବର ଭଟିଣ୍ଡାରେ ମୁତୟନ ଥିବା ବାୟୂସେନାର ୧୭ ସ୍ୱାର୍ଡନକୁ ଏବେ ହରିୟାଣାର ଅମ୍ବାଲା ଏୟାର ବେସ୍‌କୁ ଉଠାଇ ନିଆଯାଇଛି। ପୂର୍ବରୁ ଭାରତୀୟ ବାୟୁସେନାର ୧୭ ସ୍ୱାର୍ଡନ ହାଲୁକା ମିଗ୍‌- ୨୧ ଲଢ଼ୁଆ ବିମାନ ଉଡ଼ାଉ ଥିବା ବେଳେ ଏବେ ଉଡ଼ାଇବ ପ୍ରଥମ ଦଫାରେ ମିଳିବାକୁ ଥିବା ସର୍ବାଧୁନିକ ଲଢ଼ୁଆ ବିମାନ ରାଫେଲ।

News Track

ଦ୍ୱିତୀୟ ଦଫାରେ ମିଳିବାକୁ ଥିବା ରାଫେଲ ବିମାନକୁ ପ୍ରଦାନ କରାଯିବ ଭାରତୀୟ ବାୟୁସେନାର ପଶ୍ଚିମବଙ୍ଗଳା ହାସିମରା ଏୟାର ବେସ୍‌ର ସ୍କାର୍ଡନକୁ। ଅମ୍ବାଲା ଏୟାର ବେସ୍‌ରୁ ରାଫେଲ ଲଢ଼ୁଆ ବିମାନ ପାକିସ୍ତାନ ସୀମାନ୍ତକୁ ଜଗିବା ବେଳେ ହାସିମରା ଏୟାର ବେସ୍‌ରୁ ଜଗିବ ଚୀନ୍‌ ସୀମାନ୍ତକୁ। ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନାରେ ରାଫେଲ ଲଢ଼ୁଆ ବିମାନ ସାମିଲ ହୋଇଯିବା ପରେ ଭାରତୀୟ ବାୟୁସେନା ବିଶ୍ୱସ୍ତରୀୟ ହୋଇଯିବ ବୋଲି କହିଛନ୍ତି ଏୟାର ଚିଫ୍‌ ମାର୍ଶାଲ ବିଏସ୍‌ ଧନୋଆ।

ସମ୍ବନ୍ଧିତ ଖବର