ଭାରତର ମୁଖ୍ୟ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରମାଦିତ୍ୟ ପ୍ରସ୍ତୁତ, ଅନୁମତି ମିଳିବା କ୍ଷଣି ଆକ୍ରମଣ କରିବ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ଦେଖାଦେଇଛି । ଗତକାଲି ଭାରତ ପକ୍ଷରୁ କୁହାଯାଇଥିଲା ଯେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଆତଙ୍କବାଦୀ ତାଲିମ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିଲା । କିନ୍ତୁ ଏହାର ଜବାବରେ ପାକିସ୍ତାନ ପକ୍ଷରୁ ଭାରତର ଏକ ସାମରିକ ପ୍ରତିଷ୍ଠାନ ବ୍ରିଗେଡ ମୁଖ୍ୟାଳୟ ଉପରେ ଆକ୍ରମଣ ଉଦ୍ୟମ କରାଯାଇଛି । ଭାରତୀୟ ବାୟୁସେନାର ବିମାନଗୁଡ଼ିକ ପାକିସ୍ତାନର ବିମାନଗୁଡ଼ିକୁ ଘଉଡାଇ ଦେଇଥିଲେ । କିନ୍ତୁ ଏହା ଉତ୍ତେଜନାକୁ ଆହୁରି ବଢାଇବ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ତିନିବାହିନୀକୁ ହାଇଆଲର୍ଟ କରି ପ୍ରସ୍ତୁତ ରଖିଛନ୍ତି । ବାୟୁସେନା ଓ ସେନାର ପ୍ରସ୍ତୁତି କଥା ତ ଆମେ ଜାଣିଛେ, କିନ୍ତୁ ନୌସେନାକୁ ମଧ୍ୟ ହାଇଆଲର୍ଟ ରଖାଯାଇଛି । ବିଶେଷ ସୁତ୍ରରୁ ପ୍ରକାଶ ଯେ ଆରବ ସାଗରରେ ଭାରତୀୟ ନୌସେନାର ବିମାନ ବାହକ ଯୁଦ୍ଧ ପୋତ ଆଇଏନଏସ ବିକ୍ରମାଦିତ୍ୟକୁ ଏକ ଗୋପନ ସ୍ଥାନରେ ପ୍ରସ୍ତୁତ କରି ରଖାଯାଇଛି । ଏହାକୁ ଲକଡ୍ ଏଣ୍ଡ ଲୋଡେଡ ସ୍ଥିତିରେ ରଖାଯାଇଛି । ଏଥିରେ ମିଗ୨୯ ଓ ସୁଖୋଇ ବିମାନ ସଜ୍ଜିତ ହୋଇ ରହିଛନ୍ତି । ଏହାଛଡା ଭାରତର ଯୁଦ୍ଧ ପୋତ, ବୁଡାଜାହଜଗୁଡ଼ିକ ବ୍ରହ୍ମସ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇ ପ୍ରସ୍ତୁତ ହୋଇ ରହିଛନ୍ତି । ଅନୁମତି ମିଳିବା କ୍ଷଣି ଏମାନେ ପାକିସ୍ତାନ ଉପରେ ଅତର୍କିତ ଆକ୍ରମଣ କରି ଧ୍ବଂସଲୀଳା ରଚାଇବେ ।

ସମ୍ବନ୍ଧିତ ଖବର