୨୪ଘଣ୍ଟା ମଧ୍ୟରେ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜସ୍ଥାନର ମୁଖ୍ୟ ହଟସ୍ପଟ୍ ପାଲଟିଲା ଅଜମେର ଦରଘା ଅଞ୍ଚଳ

ଅଜମେର : ଅଜମେରର ଦରଘା ଅଞ୍ଚଳରେ ଥିବା ଜନବହୁଳ ମୁସଲିମ ମୋଚି ମୋହଲା ରାଜ୍ୟର ସବୁଠାରୁ ବଡ଼ କୋଭିଡ-୧୯ ହଟସ୍ପଟ ଭାବରେ ଉଭା ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ଏଠାକାର ୧୧-୧୫ ଘରୁ ୭୯ଟି ମାମଲା ରିପୋର୍ଟ ହେବା ସହ ସହରର ମୋଟ ପଜିଟିଭ୍ ମାମଲା ବୁଧବାର ଦିନ ୧୦୩ରେ ପହଞ୍ଚିଛି। କିଛି ଦିନ ପୂର୍ବରୁ ଅଜମେର ସହରର କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥିବା ବେଳେ ଏତେ ଅଳ୍ପଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିବା ଅଜମେର ପ୍ରଶାସନକୁ ଆଶ୍ଚର୍ଯ୍ୟ କରିଦେଇଛି। ବୁଧବାର ଅପରାହ୍ନ ସୁଦ୍ଧା ସହରରେ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇବା ସହ ଜୟପୁରର ରାମଗଞ୍ଜ ଅଞ୍ଚଳରେ ପ୍ରଶାସନ ସମସ୍ତଙ୍କର କରୋନା ପରୀକ୍ଷା କରିବା ଆରମ୍ଭ କରିଛି |

You Know About The Significance of Ajmer Sharif Dargah ...
AstroTalk

ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ସମସ୍ତ ୭୯ ରୋଗୀ ପ୍ରବାସୀ ଶ୍ରମିକ ଅଟନ୍ତି, ଯେଉଁମାନେ ଜୟପୁରର ରାମଗଞ୍ଜ ଅଞ୍ଚଳରେ ଭଡାଘରେ ରହୁଥିଲେ। ଅଜମେରର ଜବାହରଲାଲ ନେହେରୁ ହସ୍ପିଟାଲର ଅତିରିକ୍ତ ପ୍ରିନ୍ସପାଲ ସଞ୍ଜୀବ ମହେଶ୍ୱରୀ କହିଛନ୍ତି ଯେ ‘ସହରର ଗୋଟିଏ ଅଞ୍ଚଳରୁ ଅଧିକାଂଶ ମାମଲା ଦେଖାଦେବା ପରେ ଆମକୁ କରୋନା ପଜିଟିଭଙ୍କୁ ଚିହ୍ନଟ କରିବା ପାଇଁ ରାମଗଞ୍ଜର ଲାଇନରେ ପରୀକ୍ଷା ବଢ଼ାଇବାକୁ ହେବ।’

ସମ୍ବନ୍ଧିତ ଖବର