ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ ଏକେ ଶର୍ମା ୟୁପି ବିଜେପି ଉପ ସଭାପତି

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ଘନିଷ୍ଠ ସହଯୋଗୀ ପୂର୍ବତନ ଆଇଏଏସ୍‌ ଅଫିସର ଏକେ ଶର୍ମା ଉତ୍ତରପ୍ରଦେଶରେ ବିଜେପି ଉପ ସଭାପତି ହୋଇଛନ୍ତି। ମୋଦୀଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବାରଣାସୀରେ କରୋନା ବିରୋଧରେ କିଭଳି ପଦକ୍ଷେପ ଗ୍ରହଣ ହୋଇଛି ଏବଂ କରୋନାକୁ କିଭଳି ମୁକାବିଲା କରାଯାଉଛି ତା’ର ତଦାରଖ ପାଇଁ ସେ ନିକଟରେ ବାରଣାସୀ ଗସ୍ତ କରିଥିଲେ। ଆସନ୍ତା ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ବିଜେପିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର