ଓଡ଼ିଶାର ୫ ଦାବି ଉପସ୍ଥାପନ କଲେ ଅମର

ନୂଆଦିଲ୍ଲୀ : ବିଜେଡି ସାଂସଦ ଅମର ପଟ୍ଟନାୟକ ସୋମବାର ଦିନ ଓଡ଼ିଶାର ପାଞ୍ଚ ପ୍ରମୁଖ ଦାବି ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ଅର୍ଥ ବିଲ୍‌ ଆଲୋଚନାରେ ଭାଗ ନେବା ବେଳେ ସେ ଏ ସମ୍ପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଡଃ ପଟ୍ଟନାୟକ କହିଲେ, ଦେଶ କାରିଗରୀ ଦିଗରେ ଅଗ୍ରସର ହେଉଥିବା ବେଳେ ଏ ପର୍ଯ୍ୟନ୍ତ ଓଡ଼ିଶାର ୬୯୯୯ ଗାଁକୁ ଇଣ୍ଟରନେଟ ସୁବିଧା ନାହିଁ। ଅଢ଼େଇ ହଜାର ମୋବାଇଲ୍‌ ଟାୱାର ମଧ୍ୟ ରାଜ୍ୟରେ ପ୍ରତିଷ୍ଠା ହୋଇପାରିନାହିଁ।

ଜିଏସ୍‌ଟି କ୍ଷତିପୂରଣ ବାବଦରେ କେନ୍ଦ୍ର ଉପରେ ଓଡ଼ିଶାର ୧୬୨୩ କୋଟି ଟଙ୍କା ବାକି ରହିଛି। ଧାନ କିଣା ସବ୍‌ସିଡି ବାବଦରେ ଏଫ୍‌ସିଆଇ ରାଜ୍ୟକୁ ପ୍ରାପ୍ୟ ପ୍ରଦାନ କରିନାହିଁ। ୪୫ ଲକ୍ଷ ଟନ ଉଷୁନା ଚାଉଳରୁ ୧୫ ଲକ୍ଷ ଟନ ଉଷୁନା ଚାଉଳ ଏଫ୍‌ସିଆଇ କେବେ ଉଠାଇବ? ଓଡ଼ିଶାର ୧୨ ଲକ୍ଷ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅପେକ୍ଷାରେ ଥିବା ବେଳେ କେବେ ସେମାନଙ୍କୁ ଘର ମିଳିବ ବୋଲି ଡଃ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଓଡିଶାର ଦାବିକୁ କାହିଁକି ଅଣଦେଖା କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଆଲୋଚନା ଅବସରରେ ସେ ଅର୍ଥ ବିଲ୍‌କୁ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର