ଦୁର୍ଘଟଣାଗ୍ରସ୍ତ ହେଲା ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ, କିନ୍ତୁ ପରେ ଘଟିଲା ଏଭଳି ଚମତ୍କାର

ନୂଆଦିଲ୍ଲୀ : ଶୁକ୍ରବାର ଦିଲ୍ଲୀ ରାସ୍ତାରେ ଏକ ଭୟାନକ ଦୁର୍ଘଟଣା ଘଟିଥିଲା । ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଡାକ୍ତରଖାନା ଯାଉଥିବା ଆମ୍ବୁଲାନ୍ସ ଏକା ସାଙ୍ଗରେ ୫ଟି ଗାଡ଼ିକୁ ଧକା ଦେଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାଟି ଉପସ୍ଥିତ ଲୋକଙ୍କ ଛାତି ଥରାଇ ଦେଇଥିବା ବେଳେ ତୁରନ୍ତ ଆହତଙ୍କୁ କାଢ଼ି ଡାକ୍ତରଖାନା ନିଆଯାଇଥିଲା । ଆହତଙ୍କ ମଧ୍ୟରେ ଥିବା ଗର୍ଭବତୀ ମହିଳାଙ୍କ ଅବସ୍ଥା କ’ଣ ହୋଇଥିବ, ସେ ନେଇ ଲୋକେ ଚିନ୍ତା କରୁଥିବା ବେଳେ ଡାକ୍ତରଖାନା ପହଞ୍ଚିବା ପରେ ଏକ ଚମତ୍କାର ଘଟିଥିଲା । ଦୁର୍ଘଟଣାରେ ଗର୍ଭରେ ଥିବା ପିଲାଟିର କୌଣସି କ୍ଷତି ହୋଇ ନ ଥିବା ନେଇ ଡାକ୍ତର କହିବା ସହ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ ମହିଳା ।

oneindia.com

ସୂଚନା ମୁତାବକ, ଦିଲ୍ଲୀର ମଣ୍ଡି ଗାଁରେ ରହୁଥିବା ୩୫ବର୍ଷୀୟ ଯଶୋଦାଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନିଆଯାଉଥିଲା । ତାଙ୍କୁ ଓଖଲାର ଇଏସ୍‌ଆଇ ଡାକ୍ତରଖାନାକୁ ନିଆଯାଉଥିଲା। ଆମ୍ବୁଲାନ୍ସ ଚାଳକଜଣଙ୍କ ଗାଡ଼ି ଦ୍ରୁତ ଗତିରେ ଚଳାଉଥିବା ବେଳେ ରେଡ୍‌ଲାଇଟ୍‌କୁ ପାର୍‌ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା ବୋଲି କହିଛନ୍ତି ଡିସିପି ଅତୁଲ କୁମାର ଠାକୁର ।

ସମ୍ବନ୍ଧିତ ଖବର