ଦେଶକୁ ସାହାଯ୍ୟ କରିବା ପରିବର୍ତ୍ତେ ପାକିସ୍ତାନ ଓ ଚୀନକୁ ଖୁସି କଲା ଭଳି କାମ କରୁଛନ୍ତି ରାହୁଲ ଗାନ୍ଧୀ : ଅମିତ ଶାହା

ନୂଆଦିଲ୍ଲୀ: କିଛିଦିନ ହେଲାଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ସହ ଦେଶର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି | ଆଜି ଏକ ସାକ୍ଷାତକାରରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଉଚିତ ଜବାବ ଦେଇଛନ୍ତି | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ସେଠାକୁ ଆସି ଯେତେ ପ୍ରଶ୍ନ ପଚାରିବାର ଅଛି ପଚାର | କିନ୍ତୁ ଏଭଳି ସ୍ଥିତିରେ ପାକିସ୍ତାନ ଏବଂ ଚୀନ୍ ଭଳି ଦେଶକୁ ଖୁସି ପ୍ରଦାନ କରୁଥିବା ଭଳି ମନ୍ତବ୍ୟ ଦେବା ଉଚିତ୍ ନୁହେଁ।

Amit Shah holds meeting with CM Kejriwal, L-G Baijal to improve ...
ThePrint

ସାକ୍ଷାତକାରରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାହୁଲ ଗାନ୍ଧୀଙ୍କ ‘ଆତ୍ମସମର୍ପଣ ମୋଦୀ’ ଟ୍ୱିଟ ବିଷୟରେ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ସୁରକ୍ଷା ପ୍ରସଙ୍ଗରେ ପ୍ରତ୍ୟେକ ଆଲୋଚନା ପାଇଁ ତାଙ୍କ ସରକାର ପ୍ରସ୍ତୁତ ଅଛନ୍ତି। ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି | ସେଠାକୁ ଆସି ଯେତେ ପ୍ରଶ୍ନ ପଚାରିବାର ଅଛି ପଚାର, ଆମେ ଉତ୍ତର ଦେବାକୁ ପ୍ରସ୍ତୁତ | ଏବେ ଦେଶର ଯବାନମାନେ ସୀମାରେ ରହି ଲଢେଇ କରୁଛନ୍ତି, ଶତ୍ରୁ ଦେଶକୁ ଉଚିତ ଜବାବ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷପ ନେଉଛନ୍ତି | ଏଭଳି ସ୍ଥିତିରେ ଦେଶକୁ ସାହାଯ୍ୟ କରିବା ପରିବର୍ତ୍ତେ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି |

ସମ୍ବନ୍ଧିତ ଖବର