ଲଗାତାର ପାକିସ୍ତାନରୁ ଡ୍ରୋନ୍ ଯୋଗେ ଆସୁଛି ଅସ୍ତ୍ରଶସ୍ତ୍ର

ଶ୍ରୀନଗର: କରୋନା ମହାମାରୀ ସତ୍ତ୍ୱେ ପାକିସ୍ତାନ ପକ୍ଷରୁ ଭାରତକୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇବା ଜାରି ରହିଛି | ଆଉ ସୁରକ୍ଷାକର୍ମୀ ମଧ୍ୟ ଏହା ଉପରେ ସତର୍କ ନଜର ରଖିଛନ୍ତି | ମିଳିଥିବା ସୂଚନା ମୁତାବକ ଶନିବାର ମଧ୍ୟରାତ୍ରିରେ ପାକିସ୍ତାନ ଜାମ୍ମୁର କାନାଚାକ୍ ସେକ୍ଟରକୁ ଡ୍ରୋନ୍ ପଠାଇଥିଲା । ଡ୍ରୋନ୍ ଅନୁପ୍ରବେଶ ପରେ ସୁରକ୍ଷାବାହିନୀ ସମଗ୍ର କାନାଚାକ୍ ସେକ୍ଟରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରିଛନ୍ତି।

ଜାମ୍ମୁ ପୁଲିସ ସୂଚନା ପାଇଥିଲା ଯେ ଶନିବାର ବିଳମ୍ବିତ ରାତିରେ ଜାମ୍ମୁର କାନାଚାକ୍ ଅଂଚଳରେ ଏକ ଡ୍ରୋନ ଉଡୁଥିବା ନେଇ ଗ୍ରାମବାସୀ ଦେଖିଥିଲେ | ଆଉ ଗ୍ରାମବାସୀଙ୍କ ସୂଚନା ଆଧାରରେ ସେନା ଏବଂ ସାମରିକ ବାହିନୀ ରବିବାର ସକାଳେ ସର୍ଚ୍ଚ ଅପରେସନ୍ କରିଥିଲେ | ସୁରକ୍ଷାବାହିନୀର କହିବାନୁସାରେ, ଏହି ସର୍ଚ୍ଚ ଅପରେସନରେ ସେଭଳି କୌଣସି ଡ୍ରୋନ୍ ମିଳିନାହିଁ |

ତଥାପି ପାକିସ୍ତାନର ଏହି ଘୃଣ୍ୟ ଷଡଯନ୍ତ୍ର ଉପରେ ସୁରକ୍ଷା ବାହିନୀ ମଧ୍ୟ ନିରନ୍ତର ନଜର ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶନିବାର ଦିନ ଜାମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ଡ୍ରୋନ୍ ଦ୍ୱାରା ଅସ୍ତ୍ରଶସ୍ତ୍ର ପଠାଯାଇଥିଲା। ସାମ୍ବାରେ ଏକ ଏକେ-47 ରାଇଫଲ, ପିସ୍ତଲ ସମେତ ସୁରକ୍ଷା ବାହିନୀ ବହୁମାତ୍ରାରେ ଗୁଳି ଜବତ କରିଛି।

ସମ୍ବନ୍ଧିତ ଖବର