ଅମିଶା ପଟେଲ୍‌ଙ୍କ ବିରୋଧରେ ଗିରଫ ପରୱାନା ଜାରି

ଭୋପାଳ : ଭୋପାଳର ଏକ ଅଦାଲତ ଆଜି ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏକ ଚେକ୍‌ ବାଉନ୍ସ ମାମଲାରେ ଭୋପାଳର ଜିଲ୍ଲା କୋର୍ଟ ଅମିଶାଙ୍କ ବିରୋଧରେ ଏହି ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ୩୨.୨୫ ଲକ୍ଷ ଟଙ୍କାର ଚେକ୍‌ ବାଉନ୍ସ ପାଇଁ ତାଙ୍କ ବିରୋଧରେ ଏହି ୱାରେଣ୍ଟ୍‌ ଜାରି ହୋଇଛି।

ୟୁଟିଏଫ୍‌ ଟେଲିଫିଲ୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା ଏହି ମାମଲା ରୁଜୁ ହୋଇଛି। ଆସନ୍ତା ୪ ତାରିଖରେ ଉକ୍ତ ମାମଲାରେ ଶୁଣାଣି ହେବ। ଶୁଣାଣି ସମୟରେ ଅମିଶା ହାଜର ହେବାପାଇଁ କୋର୍ଟ କହିଛନ୍ତି। ୟୁଟିଏଫ୍‌ ଟେଲିଫିଲ୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆଜି ଆଇନଜୀବୀ ରବି ପନ୍ଥ କୋର୍ଟରେ ହାଜର ହୋଇ କହିଛନ୍ତି, ଅମିଶା ଏବଂ ତାଙ୍କ କମ୍ପାନି ଏକ ଫିଲ୍ମ ନିର୍ମାଣ ପାଇଁ ୟୁଟିଏଫ୍‌ ଟେଲିଫିଲମ୍ସ ଲିମିଟେଡ୍‌ରୁ ୩୨.୨୫ ଲକ୍ଷ ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ଫେରାଇବାପାଇଁ ସେ କମ୍ପାନିକୁ ୨ଟି ଚେକ୍‌ ଦେଇଥିଲେ। କିନ୍ତୁ ଏହା ବାଉନ୍ସ ହୋଇଛି। ୧୦ ଲକ୍ଷ ଟଙ୍କାର ଅନ୍ୟ ଏକ ଚେକ୍‌ ବାଉନ୍ସ ମାମଲାରେ ବି ଅମିଶାଙ୍କ ବିରୋଧରେ ଇନ୍ଦୋରରେ ଅନ୍ୟ ଏକ ମାମଲା ରହିଛି।

ସମ୍ବନ୍ଧିତ ଖବର