ପ୍ରତିଶ୍ରୁତି ପୂରଣ କଲେ ଆନନ୍ଦ ମହିନ୍ଦ୍ରା, ସରଫରାଜଙ୍କ ବାପାଙ୍କୁ ଉପହାର ଦେଲେ ଥାର

ନୂଆଦିଲ୍ଲୀ: ପ୍ରତିଶ୍ରୁତି ପୂରଣ କଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା | କିଛି ଦିନ ତଳେ ସେ ଭାରତୀୟ କ୍ରିକେଟର ସରଫରାଜ ଖାନଙ୍କ ବାପାଙ୍କୁ ଏକ ଥାର ଗାଡି ଉପହାର ଦେବେ ବୋଲି କହିଥିଲେ | ଏବେ ସେ ନିଜ କଥା ରଖିଥିବା ଜଣାପଡିଛି | ସେ ଉପହାର ଦେଇଥିବା କଳା ରଙ୍ଗର ଥାର ଗାଡିର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ସରଫରାଜ ଖାନ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହି ମ୍ୟାଚରେ ତାଙ୍କ ପ୍ରଦର୍ଶନ ଭଲ ଥିବାରୁ ତାଙ୍କ ବାପାଙ୍କୁ ଗାଡି ଉପହାର ଦେବେ ବୋଲି କହିଥିଲେ ଆନନ୍ଦ ମହିନ୍ଦ୍ରା |

ଏକ୍ସରେ ଏକ ପୋଷ୍ଟ ସେୟାର କରି ସେ ଲେଖିଥିଲେ, ‘ବାସ ସାହସ ହରାଇବ ନାହିଁ। ଯଦି ସରଫରାଜଙ୍କ ବାପା ମୋ ଉପହାର ଗ୍ରହଣ କରିବେ, ତେବେ ଏହା ମୋ ପାଇଁ ସୌଭାଗ୍ୟର କଥା ହବ | ଫେବ୍ରୁଆରି ୧୬ରେ ସେ ଏହି ପୋଷ୍ଟ କରିଥିବା ବେଳେ ଏବେ ସେ ତାଙ୍କ କଥା ରଖିଛନ୍ତି | ସୋସିଆଲ ମିଡ଼ିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି |

 

ସମ୍ବନ୍ଧିତ ଖବର