ମନରେଗା ଟଙ୍କା ଖର୍ଚ୍ଚରେ ଆନ୍ଧ୍ର ଆଗୁଆ

ମନରେଗା ଯୋଜନାରେ ୮୯.୯୮% ଖର୍ଚ୍ଚ କଲାଣି ଓଡିଶା

ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ମନରେଗା ଯୋଜନାରେ ୮୯.୯୮% ଅର୍ଥରାଶି ଖର୍ଚ୍ଚ କରିପାରିଛି। କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ସର୍ବାଧିକ ୧୦୪.୨୪% ଓ ମହାରାଷ୍ଟ୍ର ୧୦୩.୩୯% ଖର୍ଚ୍ଚ କରିଛନ୍ତି।

ତଥ୍ୟ ଅନୁସାରେ, ୨୦୨୦-୨୧ରେ ମନରେଗା ଯୋଜନା ପାଇଁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ କେନ୍ଦ୍ର ଦ୍ବାରା ୮୫,୯୬୧ କୋଟି ୯୮ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା। ଏଥିସହିତଏହି ଯୋଜନା ପାଇଁ ରାଜ୍ୟ ମାନଙ୍କ ପାଖରେ ୯୧,୫୭୪ କୋଟି ୩୮ ଲକ୍ଷ ଟଙ୍କା ଉପଲବ୍ଧ ହୋଇଥିଲା। ଏଥିରୁ ୯୧.୯୮% ଅର୍ଥାତ ୮୪,୨୨୬ କୋଟି ୧୨ ଲକ୍ଷ ଟଙ୍କା ରାଜ୍ୟମାନେ ଖର୍ଚ୍ଚ ପାରିଥିଲେ। ଓଡିଶାକୁ କେନ୍ଦ୍ରଦ୍ବାରା ଆବଣ୍ଟନ କରାଯାଇଥିବା ୪୫୬୮ କୋଟି ୮୩ ଲକ୍ଷ ୨୮ ହଜାର ଟଙ୍କା ସହିତ ଏହି ଯୋଜନା ପାଇଁ ସମୁଦାୟ ୫୦୧୫ କୋଟି ୪୯ଲକ୍ଷ ଟଙ୍କା ଉପଲବ୍ଧ ହୋଇଥିଲା। ଏଥିରୁ ରାଜ୍ୟ ସରକାର ୪,୫୧୩ କୋଟି ୬ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ କରିଥିବା ମନ୍ତ୍ରଣାଳୟର ତଥ୍ୟରେ ଉଲ୍ଲେଖ କରାଯାଇଛି। ୨୦୧୯-୨୦ରେ ମନରେଗା ଯୋଜନାରେ ୨୬୭୭ କୋଟି ୬୧ ଲକ୍ଷ ୯୩ ହଜାର ଟଙ୍କା ଅର୍ଥରାଶି ଓଡିଶା ଖର୍ଚ୍ଚ କରିଥିଲା। ଅର୍ଥାତ୍ ସେବର୍ଷ ଓଡ଼ିଶା ୧୦୫.୯୭% ଅର୍ଥ ଖର୍ଚ୍ଚ କରିବାରେ ସମର୍ଥ ହୋଇଥିଲା। ସେହିଭଳି ୨୦୧୮-୧୯ରେ ଉପଲବ୍ଧ ହୋଇଥିବା ଅର୍ଥରାଶିରୁ ୯୦.୩୮%, ୨୦୧୭-୧୮ରେ ୧୦୮.୪% ଓ ୨୦୧୬-୧୭ରେ ୧୦୩.୫% ଓଡିଶା ଖର୍ଚ୍ଚ କରିଥିବା କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର