ଇରାନରେ ପୁଣି ହିଜାବ ବିରୋଧୀ ହିଂସା ତେଜିଲା, ଗୁଳିମାଡ଼ରେ ୧୦ ମୃତ

ତେହେରାନ: ହିଜାବ-ବିରୋଧୀ ଆନ୍ଦୋଳନରେ ଇରାନରେ ଶୁକ୍ରବାର ଶିଶୁଙ୍କ ସମେତ ଅତି କମ୍‌ରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ଛାତ ଓ ଅନ୍ୟାନ୍ୟ କୋଠା ଛାତ ଉପରୁ ସୁରକ୍ଷା କର୍ମୀମାନେ ରାସ୍ତାରେ ଯାଉଥିବା ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ଦକ୍ଷିଣପୂର୍ବ ଇରାନର ଅନେକ ସହରରେ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ପ୍ରତି ହିଂସାତ୍ମକ ହୋଇ ଉଠିଥିଲେ। ସରକାରୀ ମିଡ଼ିଆ ଦ୍ବାରା ପୋଷ୍ଟ କରାଯାଇଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳୁଛି ଗୋଟିଏ କୋଠାରୁ ଧୂଆଁ ଉଠୁଛି। ଆଉ ଏକ ଭିଡ଼ିଓରେ ଅନେକ ଆନ୍ଦୋଳନକାରୀ କ୍ଷତାକ୍ତ ଓ ବେହୋସ୍ ହୋଇ ରାସ୍ତାରେ ପଡ଼ିଥିବା ଏବଂ ଅନ୍ତରାଳରୁ ଗୁଳି ଫୁଟିବାର ଶବ୍ଦ ଶୁଭୁଛି। ଇରାନରେ ହିଜାବ ବିରୋଧରେ ଗଣ-ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ସରକାର ବନ୍ଧୁକ ମୁନରେ ଏହାକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର