ମାନହାନି ମାମଲା କେଜ୍ରିୱାଲ୍‌, ସିସୋଦିଆଙ୍କୁ ସମନ୍‌ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନିସ ସିସୋଦିଆଙ୍କୁ ଦିଲ୍ଲୀ କୋର୍ଟ ସମନ୍‌ କରିଛନ୍ତି। ବିଜେପି ନେତା ବିଜେନ୍ଦ୍ର ଗୁପ୍ତାଙ୍କ ଅଭି‌‌‌ଯୋଗ କ୍ରମେ କେଜ୍ରିୱାଲ୍‌ ଏବଂ ସିସୋଦିଆଙ୍କୁ ଆସନ୍ତା ୧୬ ତାରିଖରେ ହାଜର ହେବାପାଇଁ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ କେଜ୍ରିୱାଲ୍‌ ଏବଂ ସିସୋଦିଆ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଗତ ଲୋକସଭା ନିର୍ବାଚନରେ କେଜ୍ରିୱାଲ୍‌ ଏକ ପଂଜାବୀ ଚ୍ୟାନେଲ୍‌କୁ ସା‌କ୍ଷାତକାର ଦେଇ କହିଥିଲେ ‌ଯେ ବିଜେପି ତାଙ୍କୁ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଦ୍ବାରା ହତ୍ୟ‌ା କରିବାପାଇଁ ଯୋଜନା କରିଛି। ‌ମନି‌ସ ସିସୋଦିଆ ଏନେଇ ବିଜୟ ଗୁପ୍ତାଙ୍କ ବି‌ରୋଧରେ ଅଭିଯୋଗ ଆଣି କହିଥିଲେ ‌‌ସେ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର