ଆୟୁଷ୍ମାନ ଯୋଜନାରେ ସାମିଲ ହେବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ଓଡିଶା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି | ମଙ୍ଗଳବାର ଆୟୁଷ୍ମାନ ଭାରତର ସିଇଓ ମୁଖ୍ୟ ଶାସନ ସଚିବଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି |ଆୟୁଷ୍ମାନ ଭାରତର ସିଇଓ ଇନ୍ଦୁଭୂଷଣ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି | ପୂର୍ବରୁ କେନ୍ଦ୍ର ପକ୍ଷରୁ ଏ ନେଇ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା| ତେବେ ଓଡିଶା ସରକାର ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ |

କେନ୍ଦ୍ରର ଏହି ଯୋଜନାରେ ୨୫ଟି ରାଜ୍ୟ ସାମିଲ ହୋଇଥିଲେ | ଓଡିଶା ସମେତ ୫ଟି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଥିଲେ | ସୋମବାର ଦିନ ଡ. ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରତିଟି ଲୋକ କିଭଳି ସାମିଲ ହୋଇପାରିବେ ତାହା ତାଙ୍କର ପ୍ରାଥମିକତା ରହିବ |

photo – firstpost

ବର୍ତ୍ତମାନ ଯାଏଁ ଏହି ଯୋଜନାରେ ୨୭ ଲକ୍ଷ ଲୋକ ଲାଭ ପାଇଥିବାବେଳେ ୩ କୋଟି ୪୫ ଲକ୍ଷ ଇ କାର୍ଡ ଜାରି କରାଯାଇଛି | ଏଠାରେ ସୂଚନା ଥାଉ କି ୨୦୧୮ ମସିହା ସେପ୍ଟେମ୍ବର ୨୩ ତାରିଖରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ |ଦିଲ୍ଲୀ,ଓଡିଶା,ତେଲେଙ୍ଗାନା ଏହି ଯୋଜନାରେ ସାମିଲ ହୋଇନଥିଲେ |

ସମ୍ବନ୍ଧିତ ଖବର