ଏନ୍‌ସିପିରେ ଯୋଗଦେବେ‌ ବାଘେଲା

ଅହମ୍ମଦାବାଦ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା ଏନସିପିରେ ଯୋଗଦେବେ। ୭୮ ବର୍ଷୀୟ ଶ୍ରୀ ବାଘେଲା ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ଛାଡ଼ିଥିଲେ। ଏହାପରେ ରାଜ୍ୟ ସଭା ନିର୍ବାଚନରେ ବିଜେପିକୁ ସହାୟତା କରିଥିଲେ। ଏନସିପି ମୁଖ୍ୟ ଶରଦ ପାୱାର ଏବଂ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କ ଉପସ୍ଥିତିରେ ବାଘେଲା ଦଳରେ ସାମିଲ ହେବେ ବୋଲି ଏନସିପି ଗୁଜରାଟ ରାଜ୍ୟ ସଭାପତି ଜୟନ୍ତ ପଟେଲ ସୂଚନା ଦେଇଛନ୍ତି। ଆସନ୍ତା ୨୯ ତାରିଖରେ ସେ ଏନସିପିରେ ଯୋଗଦେବା ସମ୍ଭାବନା ରହିଛି। ତେବେ ବାଘେଲା ଏନସିପି‌ରେ ଯୋଗଦେବେ କି ନାହିଁ ସେ ନେଇ କିଛି କହିନାହାନ୍ତି।

ସମ୍ବନ୍ଧିତ ଖବର