ଭାରତ ଯୋଡ଼ୋ ଯାତ୍ରା: ରାହୁଲଙ୍କ ସହ ରାଜସ୍ଥାନରେ ଜନ୍ମଦିନ ପାଳିବେ ସୋନିଆ‌

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା‌ ସୋନିଆ ଗାନ୍ଧିଙ୍କର ଆସନ୍ତା ଡିସେମ୍ବର ୯ରେ ଜନ୍ମଦିନ। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରାରେ ଥିବାରୁ ସୋନିଆ ରାଜସ୍ଥାନର କୋଟାରେ ରାହୁଲଙ୍କ ସହ ଜନ୍ମଦିନ ପାଳିବେ। ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ତାଙ୍କ ସହ ଯୋଗ ଦେବେ ବୋଲି ଆଶା କରାଯାଉଛି। ସୋନିଆଙ୍କ ରାଜସ୍ଥାନ ଗସ୍ତ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଅନ୍ୟ ବରିଷ୍ଠ ନେତାମାନେ ସୋନିଆଙ୍କ ସହ ରାଜସ୍ଥାନରେ ଯୋଗଦେବେ। ସୋନିଆ ମଧ୍ୟ କର୍ଣ୍ଣାଟକରେ ଭାରତ ଯୋଡ଼ୋ ଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର