ବିହାରରେ ଚମକୀ ଜ୍ୱରରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୧୫୧ରେ ପହଞ୍ଚିଲାଣି , ଡାକ୍ତର କହିଲେଣି ଶିଶୁମାନେ ବିକଳାଙ୍ଗ ହୋଇପାରନ୍ତି!

ମୁଜଫରପୁର: ବିହାରର ମୁଜଫରପୁରରେ ସନ୍ଦିଗ୍ଧ ଆକ୍ୟୁଟ୍‌ ଇନ୍‌ସେ ଫଲାଇଟିସ୍‌ ସିଣ୍ଡ୍ରୋମ୍‌(ଏଇଏସ୍‌)ଅର୍ଥାତ୍‌ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ୧୫୧ରେ ପହଞ୍ଚିଲାଣି। ମୁଜଫରପୁର ଦିଲ୍ଲୀର ଶ୍ରୀକୃଷ୍ଣା ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ ଏବଂ କେଜରିଓ୍ଵାଲ୍‌ ମାତୃସଦନରେଏହି ଶିଶୁଙ୍କର ମୃତ୍ୟୁ ହୋଇଛିି।ଚଳିତ ବର୍ଷ ଜାନୁଆରିରେ ମୋଟ୍‌ ୧୭୯ ସନ୍ଦିଗ୍ଧ ଏଇଏସ୍‌ ମାମଲା ସାମ୍ନାକୁ ଆସିଥିଲା।

ଏ ସଂପର୍କରେ ବିଶେଷ ତଦନ୍ତ କରାଯିବା ପରେ ଜଣାଗଲା ଯେ ଅଧିକାଂଶ ଶିଶୁଙ୍କର ମୃତ୍ୟୁ ହାଇପୋଗ୍ଲାଇସିମିୟା(ହଠାତ୍‌ ଶରୀରରେ ସୁଗାରର ମାତ୍ରା କମିଯିବା)କାରଣରୁ ହୋଇଛି। ତା’ପୂର୍ବରୁ କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଥିଲେ ଯେ ମୁଜଫରପୁର ଆଖପାଖରେ ଲିଚୁ ଗଛରେ ଫଳୁଥିବା ଲିଚୁରେ ବିଷାକ୍ତତତ୍ତ୍ୱ ରହିଛି। ଏହାକୁ ଖାଇବା ଯୋଗୁଁ ଶିଶୁମାନେ ଅସୁସ୍ଥ ହୋଇ ମୃତ୍ୟୁବରଣ କରୁଛନ୍ତି।

photo-ndtv

କିନ୍ତୁ ଏବେ କେତେକ ଡାକ୍ତର କହିଲେଣି ଯେ ଚମକୀ ଜ୍ୱର ଯୋଗୁଁ ଶିଶୁମାନେ ବିକଳାଙ୍ଗ ହୋଇପାରନ୍ତି।

ସମ୍ବନ୍ଧିତ ଖବର