ମେଳାରେ ଆପତ୍ତିଜନକ ଅବସ୍ଥାରେ ମିଳିବାରୁ ଦୁର୍ଗା ପେଣ୍ଡାଲରେ ପ୍ରେମୀଯୁଗଳଙ୍କ ବିବାହ କରାଇଦେଲେ ଲୋକେ, ଭାଇରାଲ ହେଲା ଭିଡିଓ

ପଟନା : ବିହାରର ପାଟନାରେ ଏକ ଅଜବ ଘଟଣା ଘଟିଛି । ମେଳା ବୁଲିବାକୁ ଆସିଥିବା ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଦୁର୍ଗା ପେଣ୍ଡାଲରେ ଲୋକେ ତାଙ୍କର ବିବାହ କରାଇ ଦେଇଥିବା ଜଣା ପଡ଼ିଛି । ପେଣ୍ଡାଲରେ ସ୍ଥାପିତ କରାଯାଇଥିବା ଦୁର୍ଗା ମୂର୍ତ୍ତି ଆଗରେ ଦୁହେଁ ସାତ୍‌ ଫେରା ନେଇଥିଲା । ସାରା ସହରରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପ୍ରେମୀଯୁଗଳ ଏ ନେଇ ଖୁସିଥିବା ଜଣା ପଡ଼ିଛି । ସେ ସମୟର ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ପ୍ରେମିକ ପ୍ରେମିକାର ମଥାରେ ସିନ୍ଦୂର ଭରୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଘଟଣାଟି ମୋକାମାର ହାଥିଦା ଥାନା ଅଞ୍ଚଳର । ଦୁର୍ଗା ପୂଜା ପାଇଁ ଲାଗିଥିବା ମେଳା ବୁଲିବାକୁ ପ୍ରେମୀଯୁଗଳ ଆସିଥିବା ବେଳେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ ଲୋକେ । ଯାହା ପରେ ଦୁହିଁଙ୍କୁ ଧରି ପଚରାଉଚରା ଆରମ୍ଭ କରିଥିଲେ । ଦୁହେଁ ପରସ୍ପରକୁ ଭଲ ପାଉଥିବା ନେଇ କହିବା ସହ ୪ବର୍ଷ ହେବ ପ୍ରେମ ସଂପର୍କରେ ଥିବା କଥା ଜଣାଇଥିଲେ । ଯାହା ପରେ ଲୋକେ ଦୁହିଁଙ୍କ ପରିବାର ଲୋକଙ୍କୁ ଦୁର୍ଗା ପେଣ୍ଡାଲକୁ ଡ଼କାଇଥିଲେ । ପ୍ରଥମେ ପରିବାର ଲୋକେ ବିବାହ ପାଇଁ ରାଜି ହେଉ ନଥିବା ବେଳେ ପରେ ଦୁଇ ପରିବାର ବିବାହ ପାଇଁ ରାଜି ହୋଇଥିଲେ । ଯାହା ପରେ ସବୁ ରୀତିନୀତିରେ ଦୁହିଁଙ୍କର ବିବାହ ହୋଇଥିଲା ।

ସମ୍ବନ୍ଧିତ ଖବର