ବିଜେପି-ଏଡିଏମ୍‌କେ ଆସନ ବୁଝାମଣା ଚୂଡ଼ାନ୍ତ

ବିଜେପିକୁ କନ୍ୟାକୁମାରୀ ଲୋକସଭା ଆସନ, ୨୦ ବିଧାନସଭା ଆସନ ମିଳିଲା

ଚେନ୍ନାଇ : ‌ତାମିଲନାଡ଼ୁରେ ଶେଷରେ ଏଆଇଏଡିଏମ୍‌କେ-ବିଜେପି ମଧ୍ୟରେ ଆସନ ବୁଝାମଣା ନେଇ ଅଡ଼ୁଆ ତୁଟିଛି। ଏଆଇଏଡିଏମ୍‌କେ ଗତକାଲି ୬ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। ଗତକାଲି ବିଳମ୍ବିତ ରାତିରେ ଏଆଇଏଡିଏମ୍‌କେ ବିଜେପି ସହ ଆସନ ବୁଝାମଣା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା। ଏଆଇଏଡିଏମ୍‌କେ ବିଜେପିକୁ କନ୍ୟାକୁମାରୀ ଲୋକସଭା ଆସନ ଏବଂ ୨୦ଟି ବିଧାନସଭା ଆସନ ଦେଇଛି। କନ୍ୟାକୁମାରୀ ଆସନରେ ପି. ରାଧାକ୍ରୀଷ୍ଣନଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଏକ ବିବୃତି ଜାରି କରି ଏଆଇଏଡିଏମ୍‌କେ କ‌ହିଛି ଏହା ବିଜେପି ପ୍ରାର୍ଥୀଙ୍କୁ ପୂର୍ଣ୍ଣ ସମର୍ଥନ କରିବ। ତାମିଲନାଡ଼ୁରେ ୨୩୪ ଆସନରୁ ଏଆଇଏଡିଏମ୍‌କେ ୧୭୦ ଆସନରୁ ନିର୍ବାଚନ ଲଢ଼ିବ ବୋଲି ସ୍ଥିର କରିଛି।

ସମ୍ବନ୍ଧିତ ଖବର