‘ଭାରତରତ୍ନ’ଉପରେ ଅସଂସଦୀୟ ଟିପ୍ପଣୀ ଦେଇ ଗାୟକ ବିବାଦରେ, ଥାନାରେ ଏତଲା

ଗୌହାଟି: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ବିରୁଦ୍ଧରେ କଥିତ ଅସଂସଦୀୟ ଭାଷାର ପ୍ରୟୋଗ କରିବାକୁ ନେଇ ଗାୟକ ଜବେନ ଗର୍ଗ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ଏତଲା ଦିଆଯାଇଛି। ଏହି କଥିତ ଅସଂସଦୀୟ ଭାଷାର ବ୍ୟବହାର ହୋଇଥିବା ଭାଷାର ଅଡିଓ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ହ୍ଵାଟ୍‌ସଅପ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଜପା କିଶାନ୍‌ ମୋର୍ଚାର ପ୍ରଦେଶ ଉପାଧ୍ୟକ୍ଷ ସତ୍ୟ ରଂଜନ ବୋରା ଜୁବେନଙ୍କ ନାଆଁରେ ଥାନାରେ ଏତଲା ଦେଇଛନ୍ତି।
ବୋରା ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ‘ଭାରତ ରତ୍ନ’ ସମ୍ମାନର ଘୋଷଣା ହେବା ପରେ ଶୁକ୍ରବାର ରାତିରେ ତାଙ୍କୁ ଏକ କ୍ଲିପ୍ ମିଳିଥିଲା। ସେଥିରେ ଜୁବେନ୍‌ ଗର୍ଗ ଯାହା କହିଛନ୍ତି ତାହା ଦୋହାଇବାକୁ ଚାହୁଁନାହାଁନ୍ତି। ଭାରତକୁ ବଦନାମ କରି ସେ ଡକ୍ଟର ଭୂପେନ ହଜାରିକାଙ୍କର ମଧ୍ୟ ଅପମାନ କରିଛନ୍ତି। ଭୂପେନ ହାଜାରିକାଙ୍କୁ ଲୋକେ ଆସାମର ସ୍ୱର ଭାବେ ଜାଣନ୍ତି ଓ ତାଙ୍କୁ ନେଇ ଗର୍ବ ଅନୁଭବ କରନ୍ତି। ବୋରା ପୁଲିସକୁ ଭଲ ଭାବେ ଏହି ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ଦେଶ ବିରୋଧୀ ଓ ସମାଜ ବିରୋଧୀ କାର୍ଯ୍ୟ ବୋଲି ସେ କହିଛନ୍ତି। ଲଙ୍କା ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀମନ୍ତା ସରମା କହିଛନ୍ତି ଯେ ଆଇପିସିର ଧାରା ୨୯୪,୫୦୦,୫୦୦ ଓ ଆଇଟି ଆଇନ୍‌ ୬୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର