ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ : ସ୍ୱାଧୀନତା ସଂଗ୍ରାମରେ ଖ୍ରୀଷ୍ଟିଆନଙ୍କ ଅବଦାନ ନାହିଁ

ମୁମ୍ବାଇ : ପୁଣିଥରେ ଜଣେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ଦଳ ଅଡୁଆରେ ପଡିଯାଇଛି। ସ୍ୱାଧୀନତା ସଂଗ୍ରାମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର କୌଣସି ହାତ ନଥିବା ନେଇ ଉତ୍ତର ମୁମ୍ବାଇର ବିଜେପି ସାଂସଦ ଗୋପାଳ ସେଟ୍ଟୀ କହିବା ପରେ ଏହାକୁ ନେଇ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଛି। ଗତ ରବିବାର ଦିନ ସିୟା କବ୍ରସ୍ତାନ କମିଟି ପକ୍ଷରୁ ଇଦ୍‌-ଏ-ମିଲାଦ ସଭାରେ ଯୋଗ ଦେଇ ସାଂସଦ ଏଭଳି ବିବାଦୀୟ ବୟାନ ଦେଇଥିବା ବେଳେ କଂଗ୍ରେସ ଓ ଏନସିପି ଏହାକୁ କଡ଼ା ସମାଲୋଚନା କରିଛନ୍ତି। ଭାରତର ସ୍ୱାଧୀନତା ପାଇଁ ହିନ୍ଦୁ-ମୁସଲିମ ଏକତ୍ର ଭାବେ ସଂଗ୍ରାମ କରିଥିଲେ। କିନ୍ତୁ ଖ୍ରୀଷ୍ଟିଆନମାନେ ଇଂରେଜ ହୋଇଥିବାରୁ ସେମାନେ ଏହି ସଂଗ୍ରାମରେ ଭାଗନେଇ ନଥିଲେ ବୋଲି ସେ କହିଥିଲେ। ତାଙ୍କର ଏହି ବୟାନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ବିବୃତି ପାଇଁ ସାଂସଦ ସେଟ୍ଟୀଙ୍କୁ ସମାଲୋଚନା କରାଯାଇଥିବା ବେଳେ ସେ ଏଥିପାଇଁ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କୁ ଦେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର