ବୁକ୍‌ ହୋଇଥିବା ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିରୋଧରେ ଅଭିଯୋଗ ଦାଏର କଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରୁ ଦିଲ୍ଲୀ ଯିବା ନିମନ୍ତେ ବୁକ୍‌ କରାଯାଇଥିବା ସିଟ୍‌ ଦେବାକୁ ମନା ହେବାରୁ ଶନିବାର ଦିନ ଭାରତୀୟ ଜନତା ପାର୍ଟି ସାଂସଦ ପ୍ରଜ୍ଞା ଠାକୁର ଘରୋଇ ଏୟାର୍‌ଲାଇନ୍‌ ସ୍ପାଇସ୍‌ ଜେଟ୍‌ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଏ କଥାରେ ସାଧ୍ୱୀ ପ୍ରଜ୍ଞା ବିମାନ ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ ଏବଂ ଅବତରଣ ପରେ ମଧ୍ୟ ବିମାନରୁ ଓହ୍ଲାଇବାକୁ ମନା କରି ଦେଇଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏୟାର୍‌ଲାଇନ୍‌ର ପରିଚାରକମାନେ ଯାତ୍ରୀମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରି ନ ଥିଲେ।

Image Source: NDTV

ଗଣମାଧ୍ୟମକୁ ଠାକୁର କହିଛନ୍ତି: ବୁକ୍‌ ହୋଇଥିବା ସିଟ୍‌ ସେମାନେ ମୋତେ ଦେଲେ ନାହିଁ। ନିୟମ ଦର୍ଶାଇବାକୁ ମୁଁ ସେମାନଙ୍କୁ କହିଲି ଓ ନିର୍ଦେଶକଙ୍କୁ ଡକାଇ ଅଭିଯୋଗ ଦାଖଲ କଲି।

ସାଧ୍ୱୀ ପ୍ରଜ୍ଞା ଏୟାର୍‌ଲାଇନ୍‌ ବିରୋଧରେ ଅଭିଯୋଗ ଦାଏର କରିଛନ୍ତି ବୋଲି ଏୟାର୍‌ପୋର୍ଟର ନିର୍ଦେଶକ ଅନୀଲ ବିକ୍ରମ ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର