ରାଜା ଯେମିତି ପ୍ରଜା ସେମିତି: ରାହୁଲଙ୍କ ପରେ କଂଗ୍ରେସ କର୍ମୀଙ୍କ ମସ୍ତି ଭିଡିଓ ପୋଷ୍ଟ କଲା ବିଜେପି
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେପାଳ ପାର୍ଟି ଭିଡିଓ ପରେ ଆଉ ଏକ ଭିଡିଓ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛି। ଏଥର ବିଜେପି ଏକ ଭିଡିଓ ସେୟାର କରି ଦାବି କରିଛି ଯେ କଂଗ୍ରେସର ଯୁବ କର୍ମୀମାନେ ପାର୍ଟି କରୁଛନ୍ତି। ବିଜେପି ଆଇଏନସିକୁ(INC-ଆଇ ନିଡ ସେଲିବ୍ରେସନ ଆଣ୍ଡ ପାର୍ଟି) ଅର୍ଥାତ ଆମର ପାର୍ଟି ଦରକାର’ ବୋଲି କହିଛି। କଂଗ୍ରେସର ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଥିବାବେଳେ ବିଜେପିର ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା ଗୁରୁବାର ଏକ ଭିଡିଓ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ତାଲିମ? ପାର୍ଟି? ମହାରାଷ୍ଟ୍ର ପ୍ରଦେଶ ଯୁବ କଂଗ୍ରେସର ନୂତନ ପଦାଧିକାରୀଙ୍କ ପାର୍ଟି ଭିଡିଓ ଦେଖନ୍ତୁ ଏବଂ ଗୀତଗୁଡିକ ଶୁଣନ୍ତୁ’ |
“Training? Partying? camp” of new office bearers of Maharashtra Pradesh Youth Congress! Watch video & hear the songs!
Rahul in Nepal pub, junior netas in “party training” camp
Jaisa Neta vaise follower
Party पिट चुकी है लेकिन partying यूँही चालेगी!
Partying > party work pic.twitter.com/CxCU8ukNvq
— Shehzad Jai Hind (@Shehzad_Ind) May 12, 2022
ସେ ଆହୁରି ଲେଖିଛନ୍ତି, ‘ରାହୁଲ ନେପାଳର ଏକ ପବ୍ ଥିଲେ ଆଉ ଜୁନିଅର ନେତାମାନେ ଟ୍ରେନିଂ କ୍ୟାମ୍ପରେ ପାର୍ଟି କରୁଛନ୍ତି | ଯେଭଳି ନେତା, ସେଭଳି ଅନୁଗାମୀ’| ସେ ଆହୁରି କହିଛନ୍ତି, ‘ଯେମିତି ରାଜା (ରାହୁଲ) ସେମିତି ପ୍ରଜା (ଯୁବ କଂଗ୍ରେସ କର୍ମୀ)’ | ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ପ୍ରକାଶ କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ ‘ମହାରାଷ୍ଟ୍ର ସରକାର ଲୋକଙ୍କ ବିରୋଧରେ ନକଲି ମାମଲା ରୁଜୁ କରୁଛନ୍ତି ଏବଂ ଶାସକ ମହା ବିକାଶ ଆଘାଡି ସରକାର ଦୁର୍ନୀତିରେ ଲିପ୍ତ ଅଛନ୍ତି ଏବଂ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଦଳର ଯୁବ ନେତାମାନେ ପ୍ରଶିକ୍ଷଣ ଶିବିରରେ ପାର୍ଟି କରୁଛନ୍ତି |
ସୂଚନା ଥାଉ କି ମେ ୩ ରେ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାଇଟ୍ କ୍ଲବରେ ପାର୍ଟି କରୁଥିବା ଦେଖାଯାଇଥିଲା। ଏହା ପରେ ବହୁ ବିବାଦ ଉପୁଜିଲା | ତେବେ ଦଳର ସାଧାରଣ ସମ୍ପାଦକ ରଣଦୀପ ସୁରଜୱାଲା ସ୍ପଷ୍ଟ କରିଥିଲେ ଯେ ରାହୁଲ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ କାଠମାଣ୍ଡୁ ଯାଇଥିଲେ ।