କେନ୍ଦୁ କିଣିବା କାଳ ହେଲା: କାଞ୍ଜିପାଣି ଘାଟିରେ ଦୁର୍ଘଟଣାରେ ୨ ମୃତ, ୪ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ନିପୋ ଗାଁ ନିକଟରେ ଟ୍ରାକ୍ଟରକୁ ପିଟିଲା ଟ୍ରକ୍‌ । ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୪ ଜଣ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ନିପୋ ଘାଟି ରାସ୍ତା କଡ଼ରେ କେନ୍ଦୁ ବିକ୍ରି କରୁଥିବା ବେଳେ ଏକ ଓଡି ୩୧ ଏ ୬୮୦୧ ନମ୍ବର ଟ୍ରାକ୍ଟରରେ ଥିବା ୫ ଜଣ କର୍ମଚାରୀ ରାସ୍ତା କଡରେ ଟ୍ରାକ୍ଟର ରଖି କେନ୍ଦୁ କିଣୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଓଡି ୦୯ ପି ୩୫୮୯ ନଂ ବିଶିଷ୍ଟ ଏକ ଟ୍ରକ୍ ସମସ୍ତଙ୍କୁ ପଛପଟୁ ଧକ୍କା ଦେଇଥିଲା।

ଫଳରେ କେନ୍ଦୁ ବିକ୍ରି କରୁଥିବା ମହିଳା ଓ ଟ୍ରାକ୍ଟର କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତ ମହିଳା କାଞ୍ଜିପାଣି ଥାନା ନିପୋ ଗାଁର ନିଆଳି ମନ୍ତ୍ରୀ ହୋଇଥିବା ବେଳେ, ମୃତ ଟ୍ରାକ୍ଟର କର୍ମଚାରୀ ବରଗଡ଼ ଜିଲ୍ଲା ସୁନପୁର ଅଞ୍ଚଳର ସୁଦର୍ଶନ ଛତରିଆ ୩୫ ବର୍ଷ ବୋଲି ଜଣାପଡ଼ିଛି । ଆହତ କେନ୍ଦୁ ବିକ୍ରି କରୁଥିବା ଜଣେ ମହିଳା ଓ ଟ୍ରାକ୍ଟରରେ ଥିବା ଅନ୍ୟ ୩ ଜଣ କର୍ମଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ କିଛି ସମୟ ୪୯ ନଂ ଜାତୀୟ ରାଜପଥ ଅବରୋଧ କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର