ଲୋକସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ହେବ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ କହିଛନ୍ତି। ଦୁଇ ଦଳ ଭିତରେ ଥିବା ମତଭେଦ ସତ୍ତ୍ବେ ହିନ୍ଦୁତ୍ବ ପ୍ରସଙ୍ଗରେ ଉଭୟ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ଫଡନାଭିସ୍ କହିଛନ୍ତି। ଗତକାଲି ଏକ କାର୍ଯ୍ୟକ୍ରମରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବିଳମ୍ବ ହେବା ଆଦୌ ଉଚିତ ନୁହେଁ। ୨୫ ନଭେମ୍ବରରେ ସେ ଉତ୍ତର ପ୍ରଦେଶ ଗସ୍ତ କରିବେ ଏବଂ ମନ୍ଦିର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବେ ବୋଲି ଠାକରେ କହିଛନ୍ତି।

ସମ୍ବନ୍ଧିତ ଖବର