ମାଙ୍ଗାଲୁରୁ ବିମାନବନ୍ଦରରୁ ବୋମା ଜବତ ମାମଲା, ଆତ୍ମସମର୍ପଣ କଲା ଅଭିଯୁକ୍ତ

ନୂଆଦିଲ୍ଲୀ: ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗତ ସୋମବାର ଦିନ ବୋମା ଜବତ ହେବାପରେ ଆତଙ୍କ ଖେଳି ଯାଇଥିଲା। ବିମାନବନ୍ଦରରେ ଏକ ବ୍ୟାଗ୍‌ରୁ ଆଇଇଡି ବିସ୍ଫୋରକ ଜବତ ହୋଇଥିଲା। ତେବେ ବ୍ୟାପକ ତଦନ୍ତ ପରେ ଜଣାପଡ଼ିଛି ଯେ ଉକ୍ତ ଘଟଣାରେ ଜଣେ ଇଞ୍ଜିନିରିୟିଂ ଗ୍ରାଜୁଏଟ୍‌ ଓ ଏମ୍‌ବିଏ ଡିଗ୍ରିଧାରୀଙ୍କ ସମ୍ପୃକ୍ତି ଥିଲା। ୩୬ ବର୍ଷୀୟ ଉକ୍ତ ଏମ୍‌ବିଏ ଡିଗ୍ରିଧାରୀଙ୍କ ନାମ ଆଦିତ୍ୟ ରାଓ ଏବଂ ସେ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଆଦିତ୍ୟ ରାଓ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ସିକ୍ୟୁରିଟି ଗାର୍ଡ ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ କିଛି ନିର୍ଦ୍ଦିଷ୍ଟ କାଗଜପତ୍ର ନଥିବାରୁ ତାଙ୍କୁ ଚାକିରି ମିଳିନଥିଲା। ଉକ୍ତ ଘଟଣାରେ ରାଗିଯାଇ ଆଦିତ୍ୟ ପ୍ରତିଶୋଧ ପରାୟଣ ହୋଇ ବିମାନବନ୍ଦରରେ ବୋମା ଖଞ୍ଜିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର