୨୦୨୧ର ଗଣତନ୍ତ୍ର ଦିବସ ପରେଡ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କଲା ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ୨୦୨୧ରେ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ ପାଇଁ ଭାରତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରିଛି। ଜନସନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି | ନଭେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସନଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଏହି ବାର୍ତ୍ତାଳାପ ସମୟରେ ସେ ଜନସନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିବା ନେଇ ସୂଚନା ମିଳିଛି।

India invitations UK Prime Minister Boris Johnson as chief visitor for 2021  Republic Day - Re:Targeting News
Re:Targeting News

ଏହା ସହ ଆସନ୍ତା ବର୍ଷ ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଜି -୭ ସମ୍ମିଳନୀ ପାଇଁ ଜନସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି। ସୂଚନା ମୁତାବକ, ଶେଷ ଥର ପାଇଁ ୧୯୯୩ରେ ଗଣତନ୍ତ୍ର ଦିବସ ପରେଡ ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାରତକୁ ଆସିଥିଲେ । ସେତେବେ‌ଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ୍ ମେଜର ମୁଖ୍ୟ ଅତିଥି ଭାବରେ ଭାରତରେ ପହଞ୍ଚିଥିଲେ। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିବା ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ। ନଭେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଥିଲେ ଯେ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ତାଙ୍କର ଆଲୋଚନା ବହୁତ ଭଲ ହୋଇଛି। ସେ କହିଥିଲେ ଯେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଭାରତ-ବ୍ରିଟେନ ସମ୍ପର୍କର ପରବର୍ତ୍ତୀ ଦଶନ୍ଧି ପାଇଁ ରୋଡମ୍ୟାପ ଉପରେ ଆଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର