ୟୁକ୍ରେନ ଯୁଦ୍ଧ ନେଇ ବୋରିସ ଜନସନ୍ଙ୍କ ଭବିଷ୍ୟବାଣୀ: ପୁଟିନ ହାରିଯିବେ, ଚୀନ୍ ଅଧିକ ସୁଦୃଢ଼ ହେବ
ଲଣ୍ଡନ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ୩ଟି ଭବିଷ୍ୟବାଣୀ କରିଛନ୍ତି। ଜନସନ କହିଛନ୍ତି, ପ୍ରଥମ କଥା ହେଉଛି ପୁଟିନ ୟୁକ୍ରେନ୍ ଯୁଦ୍ଧରେ ହାରିଯିବେ। ୟୁକ୍ରେନ ନାଗରିକଙ୍କ ଦେଶଭକ୍ତି ପାଇଁ ପୁଟିନ ହାରିବେ। ବ୍ରିଟେନ୍ ୟୁକ୍ରେନ୍କୁ ସମର୍ଥନ ଜାରି ରଖିବ। ନିଜ ରାଷ୍ଟ୍ରକୁ ନିଜ ନିୟନ୍ତ୍ରଣକୁ ନ ଆଣିବା ପର୍ଯ୍ୟନ୍ତ ବ୍ରିଟେନ୍ ୟୁକ୍ରେନକୁ ଆର୍ଥିକ, ରାଜନୈତିକ ଏବଂ ସାମରିକ ସହଯୋଗ ଜାରି ରଖିବ ବୋଲି ଜନସନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ବିତୀୟ କଥା ହେଉଛି ୟୁକ୍ରେନ୍ରେ ଯାହା ହେଉଛି ସେଥିପାଇଁ ବିଶ୍ବବ୍ୟାପୀ ରୁଷ୍ର ସାମରିକ ରପ୍ତାନୀ ଅତି ଖରାପ୍ ଭାବେ ପ୍ରଭାବିତ ହେବ। ରୁଷ୍ ପାଖରେ ଅତ୍ୟାଧୁନିକ ସାମରିକ ଶକ୍ତି ଥିଲେ ବି ଏହା ୟୁକ୍ରେନ୍ ବାୟୁସୀମାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି।
ତୃତୀୟ କଥା ହେଉଛି ୟୁକ୍ରେନ୍ରେ ଯୁଦ୍ଧ କରି ପୁଟିନ ରୁଷ୍କୁ ଅତି ସାଂଘାତିକ ଭାବେ ଦୁର୍ବଳ କରିଦେବେ ଏବଂ ଚୀନ୍କୁ ଶକ୍ତିଶାଳୀ କରିବେ। ହିନ୍ଦୁସ୍ତାନ ଟାଇମ୍ସ ନେତୃତ୍ବ ସମ୍ମିଳନୀର ପଞ୍ଚମ ଦିନରେ ଆଜି ହିନ୍ଦୁସ୍ତାନ ଟାଇମ୍ସ ମୁଖ୍ୟ ସମ୍ପାଦକ ଆର୍ ସୁକୁମାରଙ୍କ ସହ କଥା ହୋଇ ଜନସନ୍ ଆଜି ଏହି ଟିପ୍ପଣୀ ଦେଇଛନ୍ତି।