ଆରବ ସାଗର ଗୁଳିକାଣ୍ଡରେ ଭାରତୀୟ ମତ୍ସ୍ୟଜୀବୀ ନିହତ ଘଟଣା: ୧୦ ପାକିସ୍ତାନୀ ନିରାପତ୍ତା କର୍ମଚାରୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଗୁଜରାଟ ଉପକୂଳ ନିକଟ ଆରବ ସାଗର ମଧ୍ୟସ୍ଥ ଆନ୍ତର୍ଜାତିକ ସାମୁଦ୍ରିକ ସୀମା ନିକଟରେ ଜଣେ ଭାରତୀୟ ଧୀବରଙ୍କ ବୋଟ୍‌ (ଡଙ୍ଗା) ଉପରକୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିବା ଯୋଗୁଁ ‘ପାକିସ୍ତାନୀ ସାମୁଦ୍ରିକ ନିରାପତ୍ତା ଏଜେନ୍‌ସି’ (ପିଏମ୍‌ଏସ୍‌ଏ) ବିରୋଧରେ ମାମଲା ରୁଜୁ କରାଯାଇଛି।

‘ପାକିସ୍ତାନୀ ସାମୁଦ୍ରିକ ନିରାପତ୍ତା ଏଜେନ୍‌ସି’ର ୧୦ଜଣ ସଦସ୍ୟଙ୍କ ବିରୋଧରେ ପୋରବନ୍ଦର ନୱିବନ୍ଦର ପୁଲିସ ନରହତ୍ୟା ମାମଲା ରୁଜୁ କରିଛି। ଉପରୋକ୍ତ ଗୁଳିକାଣ୍ଡ ଘଟଣାରେ ଆହତ ହୋଇଥିବା ଦିଲୀପ ନାଟୁ ସୋଲାଙ୍କି ନାମରେ ଅନ୍ୟ ଜଣେ ମତ୍ସଜୀବୀ ଥାନାରେ ‘ଏଫ୍ଆଇଆର୍‌’ ଦେଇଥିଲେ।

Image Courtesy of India TV News

ଉଲ୍ଲେଖଯୋଗ୍ୟ, ନଭେମ୍ବର ୭ ତାରିଖ ସନ୍ଧ୍ୟା ବେଳେ ‘ପିଏମ୍‌ଏସ୍‌ଏ’ର ସଦସ୍ୟମାନେ ଗୁଳି ଚଳାଇବାରୁ ‘ଜଳପରୀ’ ନାମକ ମାଛମରା ଡଙ୍ଗାରେ ଥିବା ମହାରାଷ୍ଟ୍ରର ଥାନେ ନିବାସୀ ୩୨ ବର୍ଷିୟ ମତ୍ସ୍ୟଜୀବୀ ଶ୍ରୀଧର ରମେଶ ଚାମ୍‌ରେଙ୍କର ମୃତ୍ୟୁ ଘଟିଥିଲା।

ଏହା ବ୍ୟତିରେକେ, ‘ଜଳପରୀ’ରେ ଥିବା ୭ଜଣ ନାବିକଙ୍କ ମଧ୍ୟରୁ ଜଣେ ଉପରୋକ୍ତ ଗୁଳିକାଣ୍ଡରେ ସାମାନ୍ୟ ଆହତ ହୋଇଥିଲେ। ଗୁଜରାଟର ଓଖା ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର