ତିନି ତଲାକ୍‌ ଅଧ୍ୟାଦେଶ ପୁଣି ଜାରି ହେଲା

ନୂଆଦିଲ୍ଲୀ: ତିନି ତଲାକ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମଂଜୁରି ଦେଇଛନ୍ତି ଏବଂ ଏହି ଅଧ୍ୟାଦେଶ ଆଜିଠାରୁ ପୁଣି ଜାରି ହୋଇଛି। ମୁସ୍‌ଲିମ୍‌ ମହିଳାଙ୍କୁ ଛାଡ଼ପତ୍ର ଦେବାପାଇଁ ତିନି ତଲାକ୍‌ ବ୍ୟବସ୍ଥାକୁ ଅପରାଧ ଶ୍ରେଣୀରେ ରଖିବା ପାଇଁ ଏହି ଅଧ୍ୟାଦେଶରେ ବ୍ୟବସ୍ଥା ହୋଇଛି । ତୃତୀୟ ଥର ପାଇଁ ସରକାର ଏହି ଅଧ୍ୟାଦେଶ ଲାଗୁ କରିଥିବା ବେଳେ ଏହାକୁ ନେଇ ବିବାଦ ବଳବତ୍ତର ରହିଛି । ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ବିରୋଧ ଯୋଗୁଁ ଗୃହୀତ ହୋଇପାରିନାହିଁ।

ସମ୍ବନ୍ଧିତ ଖବର