‘ସିବିଆଇ ଭଗବାନ ନୁହନ୍ତି’; ଜାଣନ୍ତୁ କ’ଣ ପାଇଁ ଏଭଳି ପ୍ରତିକ୍ରିୟା ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସିବିଆଇକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସମାଧାନ ହୋଇ ପାରୁ ନ ଥିବା ମାମଲା ବା କୌଣସି ହାଇପ୍ରୋଫାଇଲ ମାମଲାର ସମାଧାନ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଉଥିବା ବେଳେ ସିବିଆଇ ଭଗବାନ ନୁହନ୍ତି ବୋଲି ପ୍ରତିକ୍ରିୟା ରଖିଛି ସୁପ୍ରିମକୋର୍ଟ । ପଞ୍ଜାବ ଓ ହରିୟାଣାର ହାଇକୋର୍ଟ ଦେଇଥିବା ଆଦେଶକୁ ଖାରଜ କରି ସୁପ୍ରିମକୋର୍ଟ ଏଭଳି ପ୍ରତିକ୍ରିୟା ରଖିଥିବା ଜଣା ପଡ଼ିଛି । ଜଣେ ବ୍ୟକ୍ତି ନିଖୋଜ ହୋଇଯିବାର ମାମଲାକୁ ସ୍ଥାନୀୟ ପୁଲିସ ହାତରୁ ଛଡ଼ାଇ ସିବିଆଇକୁ ତଦନ୍ତ ଲାଗି ଆଦେଶ ଦେଇଥିଲା ହାଇକୋର୍ଟ । କିନ୍ତୁ ହାଇକୋର୍ଟର ଏଭଳି ନିଷ୍ପତ୍ତିକୁ ଖାରଜ କରିଦେବା ସହ ସିବିଆଇ ଭଗବାନ ନୁହନ୍ତି ବୋଲି କହିଥିଲା ସୁପ୍ରିମକୋର୍ଟ ।

ବିଚାରପତି ଏନ୍‌ ବି ରମନା ଓ ବିଚାରପତି ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟର ଆଦେଶକୁ ଖାରଜ କରି, ସିବିଆଇ ଭଗବାନ ନୁହନ୍ତି ଯେ, ସେ ସବୁ ଜାଣିଛନ୍ତି ବା ସବୁ ମାମଲାର ସମାଧାନ ଶୀଘ୍ର କରି ପାରିବେ । ସବୁ ମାମଲା ସିବିଆଇକୁ ଦିଆଯାଇ ପାରିବ ନାହିଁ । ସବୁ ମାମଲା ସିବିଆଇକୁ ଦିଆଗଲେ, କୌଣସି ମାମଲାର ସମାଧାନ ହୋଇ ପାରିବ ନାହିଁ ବୋଲି କହିଥିଲେ ବିଚାରପତି ।

Image result for /cbi
Sentinel Assam

ସୂଚନା ମୁତାବକ, ୨୦୧୨ରେ ପଲବଲରେ ରହୁଥିବା ଜଣେ ଯୁବକ ନିଖୋଜ ହୋଇ ଯାଇଥିଲେ । ଯୁବକଙ୍କ ଭାଇ ନିଖୋଜ ହେବାର ରିପୋର୍ଟ ଲେଖାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ ତାଙ୍କୁ ଖୋଜିବାରେ ଅସଫଳ ହୋଇଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ହୋଇ ଘଟଣାର ସିବିଆଇ ତଦନ୍ତ ଲାଗି ଆବେଦନ କରିଥିଲେ। ଫଳରେ ମାମଲା ସିବିଆଇକୁ  ହସ୍ତାନ୍ତର ପାଇଁ ଆଦେଶ ଦେଇଥିଲେ ହାଇକୋର୍ଟ।

ସମ୍ବନ୍ଧିତ ଖବର