ଆୟବହିର୍ଭୂତ ସମ୍ପତ୍ତି ମାମଲା: ଜଗନଙ୍କୁ ସମନ କ‌ଲେ ସିବିଆ‌ଇ କୋର୍ଟ

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ସମନ କରିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଗନଙ୍କୁ ଆସନ୍ତା ୧୦ ତାରିଖରେ ହାଜର ହେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ଭାବେ ହାଜର ହେବାରୁ ଛାଡ଼ ପାଇବା ପାଇଁ ଜଗନ କୋର୍ଟରେ ଆବେଦନ କରିଥିଲେ। ତେବେ କୋର୍ଟ ଜଗନଙ୍କ ଆବେଦନର ଶୁଣାଣି କରି ତାଙ୍କୁ ସମନ୍‌ କରିଛନ୍ତି। ଜଗନ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ସେ ପ୍ରତି ଶୁଣାଣିରେ କୋର୍ଟରେ ହାଜର ହେବାରେ ବିଫଳ ହେଉଛନ୍ତି। ପ୍ରତି ଶୁକ୍ରବାର କୋର୍ଟରେ ଶୁଣାଣି ଚାଲୁଥିବା ବେଳେ ଜଗନ କୋର୍ଟରେ ହାଜର ହେଉନାହାନ୍ତି। ନିଜର ବ୍ୟସ୍ତତା ଦର୍ଶାଇ ସେ କୋର୍ଟରେ ହାଜର ହେଉନଥିବାରୁ କୋର୍ଟ ତାଙ୍କୁ ସମନ କରିଛନ୍ତି।

ସମ୍ବନ୍ଧିତ ଖବର