ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରବାଚକ ଜାକିର ନାଇକଙ୍କ ପିସ୍‌ ଟିଭି ଆପ୍, ସୋସିଆଲ୍ ହ୍ୟାଣ୍ଡ୍‌ଲ୍‌ ସବୁ ନିଷେଧ କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଫେରାର ହୋଇଯାଇ ମାଲେସିଆରେ ରହୁଛନ୍ତି ବୋଲି ବିଶ୍ବାସ କରାଯାଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବିବାଦୀୟ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ପିସ୍‌ଟିଭି ଆପ୍ ଏବଂ ସୋସିଆଲ୍‌ ହ୍ୟାଣ୍ଡ୍‌ଲ୍‌ ସବୁକୁ କେନ୍ଦ୍ର ସରକାର ନିଷିଦ୍ଧ କରିବେ।

ଗୁରୁବାର ଦିନ ପ୍ରାପ୍ତ ରିପୋର୍ଟ ଅନୁସାରେ, ନାଇକଙ୍କ ପିସ୍‌ ଟଭି ଚାନେଲ୍‌, ମୋବାଇଲ୍ ଆପ୍ ଏବଂ ୟୁଟ୍ୟୁବ୍ ଚାନେଲ୍‌ ଉପରେ ନିଷେଧାଜ୍ଞା‌ ଜାରି କରିବାକୁ ଗୃହମନ୍ତ୍ରାଳୟ ଚିନ୍ତା କରୁଛି। ଏହି ସବୁ ନେଟ୍‌ୱାର୍କ ଜରିଆରେ ଘୃଣା ଓ ଧାର୍ମିକ ଭାବାବେଗ ଉଦ୍ରେକ କରାଯାଉଛି ବୋଲି ଅଭିଯୋଗ ହେଉଛି।

Image Courtesy of India Today

ଇଣ୍ଟେଲିଜେନ୍‌ସ୍ ବ୍ୟୁରୋ ଗୃହ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛି ଯେ, ନାଇକଙ୍କ ସଂଗଠନ, ପିସ୍ ଟିଭି ଏବଂ ସୋସିଆଲ୍ ହ୍ୟାଣ୍ଡ୍‌ଲ୍‌ସ୍‌ ସବୁ ନିରୀହ ସଂଖ୍ୟାଲଘୁ ସମ୍ପ୍ରଦାୟ ଯୁବଗୋଷ୍ଠୀଙ୍କୁ ଚୟନ କରି ବିଦ୍ରୋହୀ କରାଇବା ସହ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଛି।

ଇଣ୍ଟେଲିଜେନ୍‌ସ୍ ବ୍ୟୁରୋ ଆହୁରି ମଧ୍ୟ ରିପୋର୍ଟ କରିଛି ଯେ, ନାଇକଙ୍କ ସଂଗଠନ ଏବଂ ତା’ର ନେଟ୍‌ୱାର୍କର ଜିହାଦୀ ଗ୍ରୁପ୍‌ ସହ ନିବିଡ଼ ସମ୍ପର୍କ ରହିଛି ଓ ଭାରତରେ ଜିହାଦୀ ପ୍ରଚାର କରାଇବାକୁ ଆରବ ଦେଶମାନଙ୍କରୁ ନିୟମିତ ପାଣ୍ଠି ପାଉଛି।

ସମ୍ବନ୍ଧିତ ଖବର