ଜାତୀୟ କୋଭିଡ ଯୋଜନାକୁ ନେଇ ସୁପ୍ରିମକୋର୍ଟରେ ୨୦୦ପୃଷ୍ଠାର ଆଫିଡେଭିଟ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର କରୋନାର ଦ୍ବିତୀୟ ଲହରର ମୁକାବିଲା ପାଇଁ କରିଥିବା ପ୍ରସ୍ତୁତି ନେଇ ନିଜ ଯୋଜନା ବିଷୟରେ ସୁପ୍ରିମକୋର୍ଟକୁୁ ଜଣାଇଛନ୍ତି। ୨୦୦ପୃଷ୍ଠାରେ କେନ୍ଦ୍ର ସରକାର ନିଜର ବିଭିନ୍ନ ଯୋଜନା ବିଷୟରେ ସୁପ୍ରିମକୋର୍ଟ ଅବଗତ କରାଇଛନ୍ତି। ଏହି ଯୋଜନାରେ ମହାମାରୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ତାଲିକାଭୁକ୍ତ ହୋଇଛି।

କେନ୍ଦ୍ର ସରକାର ଦାଖଲ କରିଥିବା ଆଫିଡେଭିଟରେ କୁହାଯାଇଛି ଯେ, ଦେଶରେ ଅମ୍ଳଜାନ ଉତ୍ପାଦନ ତଥା ବିତରଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିରନ୍ତର କାର୍ଯ୍ୟ କରୁଛନ୍ତି। ଡାକ୍ତରୀ-ଗ୍ରେଡ୍ ତରଳ ଅମ୍ଳଜାନ ଉତ୍ପାଦନ ପାଇଁ ଶିଳ୍ପ ଅମ୍ଳଜାନ ଉତ୍ପାଦନ କାରଖାନାକୁ ଲାଇସେନ୍ସ ଦେବା ଭଳି ପଦକ୍ଷେପ ନିଆଯାଉଛି। ଅମ୍ଳଜାନ ଟ୍ୟାଙ୍କରର ଉପଲବ୍ଧତା ମଧ୍ୟ ବୃଦ୍ଧି କରାଯାଉଛି। ପୂର୍ବ ଅପେକ୍ଷା କିଛି ରାଜ୍ୟରେ ଅମ୍ଲଜାନର ଅଭାବ ଦୂର ହୋଇଛି ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

Centre submits 200-page affidavit on national COVID-19 plan to Supreme Court
Free Press Journal

କେନ୍ଦ୍ର ସରକାରଙ୍କ ଉଦ୍ୟମ ସହିତ ବିଭିନ୍ନ ରାଜ୍ୟର ସରକାରମାନେ ମଧ୍ୟ ଅମ୍ଲଜାନ ଅଭାବକୁ ଦୂର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ମାସରେ ଦିଲ୍ଲୀ ସରକାର ବିଭିନ୍ନ ଡାକ୍ତରଖାନାରେ ୪୪ଟି ଅମ୍ଳଜାନ କାରଖାନା ସ୍ଥାପନ କରିବେ, ଯେଉଁଥିରେ ୨୧ଟି ଫ୍ରାନ୍ସରୁ ଆମଦାନୀ ହେବ। ଏପ୍ରିଲ ୩୦ସୁଦ୍ଧା କେନ୍ଦ୍ର ଆଠଟି ଅମ୍ଳଜାନ କାରଖାନା ସ୍ଥାପନ କରିବ।

ସମ୍ବନ୍ଧିତ ଖବର