ଚଣ୍ଡୀଗଡ଼ : ସଡ଼କ ଆଇନ ଭାଙ୍ଗି ୧୦ ହଜାର ଫାଇନ ଦେଲେ ପୁଲିସବାବୁ

ଚଣ୍ଡୀଗଡ଼ : ସାରା ଦେଶରେ ଗତ ସେପ୍ଟେମ୍ବର ୧ରୁ ନୂଆ ମୋଟର ଯାନ ଆଇନ ଲାଗୁହେବା ପରେ ଗାଡି ଚାଳକଙ୍କ ମନରେ ଛନକା ପଶିଯାଇଛି । ନିୟମ ଭାଙ୍ଗିଲେ ପୂର୍ବାପେକ୍ଷା ୧୦ଗୁଣ ଜରିମାନା ଦେବାକୁ ପଡୁଥିବାରୁ ଲୋକମାନେ ପୁଲିସ ଦେଖିଲେ ଡରୁଛନ୍ତି । ଅନେକ ରାଜ୍ୟରେ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଲାଣି । କେତେକ ଅଭିଯୋଗ କରୁଛନ୍ତି ଯେ ନୂଆ ଆଇନର ଆଳ ନେଇ ପୁଲିସର ଅତ୍ୟାଚାର ବଢିଯାଇଛି । ନୂଆ ଆଇନ ପୁଲିସକୁ ଦୁର୍ନୀତି କରିବାକୁ ସୁଯୋଗ ଆଣିଦେଇଛି ବୋଲି କୁହାଯାଉଛି ।

କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛି ଚଣ୍ଡୀଗଡ଼ ପୁଲିସ । ପଞ୍ଜାବ ପୁଲିସର ଜଣେ ବରିଷ୍ଠ ସବ ଇନ୍ସପେକ୍ଟର ବିନା ଇନସ୍ୟୁରାନ୍ସରେ ବାଇକ ଚଲାଉଥିଲେ ଓ ମୋବାଇଲରେ ମଧ୍ୟ କଥା ହେଉଥିଲେ । ଟ୍ରାଫିକ ପୁଲିସ ହାତରେ ଧରା ପଡିବା ପରେ ତାଙ୍କଠାରୁ ୧୦ ହଜାର ଟଙ୍କାର ଜରିମାନା କଟାଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର