ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୋଭୋ ହୋଇ କାନ୍ଦି କହିଲେ, ‘ଆଉ ବିଧାନସଭା ଆସିବି ନାହିଁ’

ଅମରାବତୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗତ ମଙ୍ଗଳବାର ଘୋଷଣା କରିଥିଲେ କି ସେ ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ବିଧାନସଭା ଆଉ ପ୍ରବେଶ କରିବେ ନାହିଁ।।

ନାଇଡୁ କହିଛନ୍ତି, ଓ୍ବାଇଏସଆର କଂଗ୍ରେସ ଦଳର ସଦସ୍ୟ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଅପମାନିତ କରିଛନ୍ତି। ଏହି କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣା ପରେ ସେ ଏହି ସଭାରେ ଯୋଗଦେବେ ନାହିଁ। ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ଗୃହକୁ ଫେରିବେ।

ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ମହିଳା ସଶକ୍ତିକରଣ ଉପରେ ବିତର୍କ ସମୟରେ, ୭୧ ବର୍ଷୀୟ ନାଇଡୁ ଓ୍ବାଇଏସଆର ସଦସ୍ୟଙ୍କ ଦ୍ବାରା ତାଙ୍କୁ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଦିଆଯାଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ  ବିବ୍ରତ ହେବା ସହିତ କାନ୍ଦି ପକାଇଥି‌ଲେ।କହିଥିଲେ, ୪୦ ବର୍ଷ ରାଜନୈତିକ ଜୀବନରେ ଏମିତି କଷ୍ଟ କେବେ ହୋଇ ନଥିଲା। ଶାସକ ଏବଂ ବିରୋଧୀଙ୍କ ବିତର୍କ ଶୁଣିଛି। କିନ୍ତୁ ବିରୋଧୀଙ୍କୁ ଏମିତି ଅପମାନ କରିବା କେବେ ଦେଖି ନଥିଲି।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ସବୁଠାରୁ ଦୁଃଖ ସେ‌ତେବେଳେ ଲାଗିଲା ଯେତେବେଳେ ବିରୋଧୀ ମୋ ପତ୍ନୀଙ୍କୁ ଅପମାନିତ କରୁଥିବା ବେଳେ ବିଧାନସଭା ଅଧ୍ୟକ୍ଷ ଚୁପ ହୋଇ ବସିଥିଲେ।

ସମ୍ବନ୍ଧିତ ଖବର